କୌଣସି ପ୍ରକାରର ବିଳମ୍ବ କିମ୍ବା ଅବହେଳା ଦେଖାଦେଲେ ଶାସନାତ୍ମକ ପଦକ୍ଷେପ ଗ୍ରହଣ

ଠିକ ସମୟରେ ଅବସର ଲାଭ ପ୍ରଦାନ ପାଇଁ DEO/BEOଙ୍କୁ ପ୍ରାଥମିକ ଶିକ୍ଷା ବିଭାଗର ନିର୍ଦ୍ଦେଶକଙ୍କ କଡ଼ା ନିର୍ଦ୍ଦେଶ।ରାଜ୍ୟର ପ୍ରାଥମିକ ଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ ଶିକ୍ଷକ ଓ କର୍ମଚାରୀମାନଙ୍କୁ ଠିକ ସମୟରେ ଅବସର (Retirement) ସମ୍ବନ୍ଧୀୟ ସମସ୍ତ ଲାଭ ପ୍ରଦାନ ସୁନିଶ୍ଚିତ କରିବା ପାଇଁ Director, Elementary Education ଦ୍ୱାରା ସମସ୍ତ DEO (District Education Officer) ଓ BEO (Block Education Officer) ମାନଙ୍କୁ କଢ଼ା ନିର୍ଦ୍ଦେଶ ଜାରି କରାଯାଇଛି ।
ନିର୍ଦ୍ଦେଶାନୁସାରେ, ଅବସରଗତ କର୍ମଚାରୀଙ୍କର ପେନ୍ସନ, ଗ୍ରାଚୁଇଟି, GPF, ଲିଭ୍ ଏନକ୍ୟାଶମେଣ୍ଟ ଓ ଅନ୍ୟାନ୍ୟ ଅବସର ଲାଭ ସମୟ ମଧ୍ୟରେ ପ୍ରକ୍ରିୟାକରଣ କରି ତୁରନ୍ତ ଅଦାୟ କରିବାକୁ ଜୋର ଦିଆଯାଇଛି । କୌଣସି ପ୍ରକାରର ବିଳମ୍ବ କିମ୍ବା ଅବହେଳା ଦେଖାଦେଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଶାସନାତ୍ମକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରାଯାଇଛି । ପ୍ରାଥମିକ ଶିକ୍ଷା ବିଭାଗର ନିର୍ଦ୍ଦେଶକ କହିଛନ୍ତି ଯେ ଦୀର୍ଘ ସେବା ପରେ ଅବସର ନେଉଥିବା କର୍ମଚାରୀମାନଙ୍କୁ ସମୟରେ ଆର୍ଥିକ ସୁବିଧା ମିଳିବା ତାଙ୍କର ମୌଳିକ ଅଧିକାର, ତେଣୁ ସମସ୍ତ DEO ଓ BEO ମାନେ ନିଜ-ନିଜ ଜିଲ୍ଲା ଓ ବ୍ଲକ୍ ସ୍ତରରେ ଫାଇଲ୍ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ସମସ୍ୟାହୀନ ଭାବେ ଲାଭ ପ୍ରଦାନ ସୁନିଶ୍ଚିତ କରିବେ । ଏହା ସହିତ, ପ୍ରତି ମାସରେ ଅବସରଗତ କର୍ମଚାରୀଙ୍କ ମାମଲାର ଅଗ୍ରଗତି ଉପରେ ରିପୋର୍ଟ ପ୍ରାଥମିକ ଶିକ୍ଷା ବିଭାଗର ନିର୍ଦ୍ଦେଶକ କାର୍ଯ୍ୟାଳୟକୁ ପଠାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇ ।