୬୫ କୋଟି ଟଙ୍କାର ଦୁର୍ନୀତିରେ ଫସିଛନ୍ତି ଅଭିନେତା ଡିନୋ ମୋରିଆ

ମହାରାଷ୍ଟ୍ର-: ଅଡୁଆରେ ଫସିଛନ୍ତି ବଲିଉଡ ଅଭିନେତା ଡିନୋ ମୋରିଆ । ୬୫ କୋଟି ଟଙ୍କାର ଦୁର୍ନୀତିରେ ଫସିଛନ୍ତି ଅଭିନେତା । ଯେଉଁଥି ପାଇଁ ଟଙ୍କା ବିରୁଦ୍ଧରେ ମୁମ୍ବଇ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ସମନ ଜାରି କରିଛି ।

ସୂଚନା ଅନୁସାରେ, ମହାରାଷ୍ଟ୍ରର ମିଠି ନଦୀରୁ ପଙ୍କୋଦ୍ଧାର କାର୍ଯ୍ୟ ପାଇଁ ଡ୍ରେଜିଂ ମେସିନ ଏବଂ ଅନ୍ୟାନ୍ୟ ଉପକରଣ ଭଡ଼ା ଆଣିବାରେ ୬୫ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଜଣାପଡ଼ିଥିଲା । ଏହି ପ୍ରକଳ୍ପ କାର୍ଯ୍ୟ ମୁମ୍ବଇ ମହାନଗର ନିଗମ ଦ୍ଵାରା କରାଯାଉଥିଲା । ଡିନୋ ମାରିଆ ଏବଂ ତାଙ୍କ ଭାଇ ସାଣ୍ଟିନୋ ମୋରିଆ ମେସିନ ଭଡ଼ା ଆଣିବା ଲାଗି ବିଏମସିଠାରୁ ମାତ୍ରାଧିକ ଅର୍ଥ ନେଇଥିବା ଅଭିଯୋଗ ହୋଇଥିଲା । ଏହି ଦୁର୍ନୀତିରେ  ବିଏମସିର କିଛି କର୍ମଚାରୀ ଏବଂ ଅଧିକାରୀ ସାମିଲ ଥିବା କୁହାଯାଉଥିବା ବେଳେ ଡିନୋ ମୋରିଆଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି ।