ଆକ୍ଟିଭ ହେଲା ସୁଶାନ୍ତ ସିଂ ରାଜପୁତଙ୍କ ଫେସ୍ବୁକ୍
ପୁଣି ଫେସ୍ବୁକ୍ରେ ସକ୍ରିୟ ହେଲେ ଅଭିନେତା ସୁଶାନ୍ତ ସିଂ ରାଜପୁତ। ଆକ୍ଟିଭ ହେଲା ତାଙ୍କ ଫେସ୍ବୁକ୍ ଆକାଉଣ୍ଟ।
(ମୁମ୍ବାଇ) : ପୁଣି ଫେସ୍ବୁକ୍ରେ ସକ୍ରିୟ ହେଲେ ଅଭିନେତା ସୁଶାନ୍ତ ସିଂ ରାଜପୁତ। ଆକ୍ଟିଭ ହେଲା ତାଙ୍କ ଫେସ୍ବୁକ୍ ଆକାଉଣ୍ଟ। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଗତବର୍ଷ ଜୁନ୍ ୧୪ ତାରିଖରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପରଲୋକ ହୋଇଥିଲା। ଏହି ଦୁଃଖଦ ଘଟଣା ଆଜି ବି ଲୋକଙ୍କ ମନରୁ ଯାଇନି। ତାଙ୍କ ପ୍ରଶଂସକମାନେ ଆଜି ବି ତାଙ୍କୁ ଭୁଲି ପାରୁନାହାନ୍ତି। ଏହାରି ଭିତରେ ସୁଶାନ୍ତ ସିଂଙ୍କ ଫେସ୍ବୁକ୍ ପ୍ରୋଫାଇଲ ଫଟୋ ବଦଳିଛି, ଯାହା ସମସ୍ତଙ୍କୁ ଚକିତ କରିଦେଇଛି। ପ୍ରକୃତରେ ସୁଶାନ୍ତ ସିଂ ରାଜପୁତଙ୍କ ପିଆର୍ ଟିମ୍ ତାଙ୍କ ଫେସ୍ବୁକ୍ ପ୍ରୋଫାଇଲ୍ ଅପଡେଟ୍ କରିଥିଲେ, ଯାହାକୁ ଦେଖି ପ୍ରଶଂସକ ଚକିତ ହୋଇ ପଡିଥିଲେ। ଏଥିସହ ସୁଶାନ୍ତଙ୍କ ପ୍ରଶଂସକମାନେ ଭାବୁକ ମଧ୍ୟ ହୋଇପଡିଥିଲା ଏବଂ କମେଣ୍ଟ ସେକ୍ସନ୍ରେ ଦୁଃଖ ଭରା କମେଣ୍ଟ ମଧ୍ୟ କରିଥିଲେ।
#SSR 2 days ago activity on his page,
Most probably by his social media team.
Legends live forever ♾️#SushantSinghRajput 💜 pic.twitter.com/sgBJLp7wcQ— Lucky Gupta 🇮🇳 (@theluckygupta) August 20, 2021
ସୂଚନାନୁଯାୟୀ , ଜଣେ ଫ୍ୟାନ୍ ଲେଖିଥିଲେ, ତୁମେ ଯଦି ଆଜି ଜୀବିତ ଥାଆନ୍ତ, ତା’ହେଲେ ନିଜ ଡିପି ବଦଳାଇ ଥାଆନ୍ତ। ସେପଟେ ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ‘ଏକ ସେକେଣ୍ଡ ପାଇଁ, ମୁଁ ଭାବିଲି ତୁମେ ଫେରି ଆସିଛ। ତୁମେ ଆମକୁ ବେଶ୍ ମନେ ପଡୁଛ ସୁଶ୍।’ ଆଉ ଜଣେ ୟୁଜର୍ କହିଛନ୍ତି, ମିସ୍ ୟୁ ସୁଶାନ୍ତ। ସୁଶାନ୍ତ ୨ ଦିନ ତଳେ ତାଙ୍କ ଫେସ୍ବୁକ୍ରେ ଆକ୍ଟିଭ ଥିଲେ, ବୋଧହୁଏ ତାଙ୍କ ସୋଶାଲ ମିଡିଆ ଟିମ୍ ଜରିଆରେ ଏଭଳି ହୋଇଥିଲା।’