ଝାରପଡା ଜେଲରେ ଦୁଇ ଅପରାଧି ଗୋଷ୍ଠୀ ସଂଘର୍ଷ ଘଟଣାରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଭୁବନେଶ୍ୱର ଝାରପଡା ଜେଲରେ ଦୁଇ ଅପରାଧି ଗୋଷ୍ଠୀ ସଂଘର୍ଷ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଝାରପଡା ଜେଲର ଦୁଇ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଝାରପଡା ଜେଲର ଦୁଇ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କାର୍ଯ୍ୟରେ ଅବହେଳା ପାଇଁ ଜେଲ ବିଭାଗ ଡିଜି କାର୍ଯ୍ୟାନୁଷ୍ଠାନ ନେଇଥିବା କୁହାଯାଉଛି ।ତେବେ ଏଥିରେ ଜେଲ ୱାର୍ଡର ପ୍ରଭାତ ମହାରଣା ସସପେଣ୍ଡ ହୋଇଥିବା ବେଳେ ରାତି ଡ୍ୟୁଟିରେ ଦାୟିତ୍ୱରେ ଥିବା ଚିଫ ୱାର୍ଡର ମଙ୍ଗୁଳି ସେଠୀଙ୍କୁ ବଦଳି କରାଯାଇଛି । ତେବେ ଡିଆଇଜି ଘଟଣାର ତଦନ୍ତ କରିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କୁହାଯାଉଛି ।