(ଗୋପ / ଜୟନ୍ତ କୁମାର ସେଠୀ ) : ପୁରୀ ଜିଲ୍ଲା ସାକ୍ଷୀଗୋପାଳ- ଅଳଗୁମ ରାସ୍ତାର ବାଘସାହି ଛକ ଆଗରେ ଥିବା ରାଇସମିଲ ପାଖରେ ଘଟିଛି ସଡ଼କ ଦୁର୍ଘଟଣା । ମଟର ସାଇକେଲ ସହିତ ଟ୍ରାକ୍ଟଟର ମୁହିାଁ ମୁହିଁ ଧକ୍କା ହେବାରୁ ମଟର ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ ଶୁକଳ ବାହ୍ମଣପଡା ଗ୍ରାମର ଚିତ୍ତ ରଂଜନ ବେହେରା( ୩୬) ଏକ ଧଳା ରଙ୍ଗର ଆପାଚି ଗାଡି ନଂ ଓଡି, -୧୩- ୫୬୭୫ ସାକ୍ଷୀଗୋପାଳ ଅ୍ରାସୁଥିଲେ । ସାକ୍ଷୀଗୋପାଳ ବଜାର ଆଡୁ ଏକ ଟ୍ରାକ୍ଟର ଯାଉଥିଲା । ରାସ୍ତା ବାଙ୍କରେ ମଟର ସାଇକେଲ ସହିତ ଟ୍ରାକ୍ଟର ମୁହାଁ ମୁହିଁ ଧକ୍କା ହୋଇଥିଲା । ମଟର ସାଇକେଲ ଆରୋହୀ ଶ୍ରୀ ବେହେରା ରାସ୍ତା ଉପରେ ଛିଟିକି ପଡି ଯିବାରୁ ଟ୍ରାକ୍ଟର ଚକା ତାଙ୍କ ମୁଣ୍ଡ ଉପରେ ଚଡିଯାଇଥିଲା । ଘଟଣା ସ୍ଥଳରେ ଶ୍ରୀ ବେହେରାଙ୍କର ମୃତ୍ୟୁ ହୋଇଯାଇଥିଲା ।ଖବର ପାଇ ସାକ୍ଷୀଗୋପାଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗସ୍ତ ଦୁଇଟି ଯାକ ଗାଡି ଜବତ କରି ଥାନାକୁ ନେବା ସହ ଏକ କେସରୁଜ କରି ତଦନ୍ତ କରିବା ସହ ଶବ ବ୍ୟବଛେଦ ନିମନ୍ତେ ପୁରୀ ପଠାଇଥିବା ପୋଲିସ ପଠାଇଛି ।