କଟକ:- ଓଡ଼ିଆ ସଙ୍ଗୀତ ଜଗତର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଓ ସଂଗୀତକାର ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର । ବର୍ତ୍ତମାନ କଟକର ଏକ ଘରୋଇ ହସ୍ପିଟାଲରୁ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଛି । ଭେଣ୍ଟିଲେଟର ସପୋର୍ଟ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସକୁ ସ୍ଥାନାନ୍ତର କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ ଅଭିଜିତଙ୍କ ବ୍ରେନରେ ସୋଡିୟମ କମିଛି । ତାଙ୍କୁ ନିଶ୍ୱାସ ନେବାରେ ସମସ୍ୟା ହେଉଛି । ଟ୍ରମା ସେଣ୍ଟରରେ ପ୍ରାଥମିକ ଚିକିତ୍ସା ପରେ ସେଣ୍ଟ୍ରାଲ ଆଇସିୟୁରେ ଭର୍ତ୍ତି କରାଯିବ ବୋଲି ସୂଚନା ମିଳିଛି । ଗତ କିଛି ଦିନ ଧରି ତାଙ୍କର ସ୍ୱାସ୍ଥ୍ୟ ଖରାପ ଥିଲା । ଲିଭର ଜନିତ ସମସ୍ୟାରେ ସେ ପୀଡିତ ଥିଲେ । ଗତ ସପ୍ତାହରୁ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଅଭିଜିତ ମଜୁମଦାର । ସ୍ୱାସ୍ଥ୍ୟରେ ଉନ୍ନତି ନହେବାରୁ ବର୍ତ୍ତମାନ ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଛି ।