କଟକରେ ଆମ୍ ଆଦମୀ ପାର୍ଟିର ବିଶାଳ ସମାବେଶ

କଟକ : କଟକ ଜିଲ୍ଲା ଆଵାହକ ଦୁର୍ଗାପ୍ରସାଦ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଆମ ଆଦମୀ ପାର୍ଟିର ଜିଲ୍ଲା ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ କଟକ ନୂଆପଡ଼ା ସ୍ଥିତ ରାଜ ଗାର୍ଡେନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ରବିବାର ପ୍ରେସ ଛକଠାରୁ ଏକ ବିଶାଳ ରାଲି ମାଧ୍ୟମରେ ଆମ ଆଦମୀର ନେତାମାନଙ୍କୁ ସ୍ୱାଗତ କରି ମଞ୍ଚ ନିକଟକୁ ନିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ପ୍ରଭାରୀ ତଥା ଦିଲ୍ଲୀ କ୍ୟାଣ୍ଟ ବିଧାୟକ ବିରେନ୍ଦ୍ର ସିଂ କାଡିଆନ, ମୂଖ୍ୟ ବକ୍ତା ଭାବରେ ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ଓ ଜିଲ୍ଲା ପ୍ରଭାରୀ ଅଜୟ କୁମାର ପତି ପ୍ରମୁଖ ଯୋଗଦେଇ ଓଡ଼ିଶାରେ ୨୩ ବର୍ଷର ବିଜେଡି ସରକାର ବିରୋଧରେ କଡା ସମାଲୋଚନା କରିବା ସହ ବିଜୁଳି, ଶିକ୍ଷା, ସ୍ବାସ୍ଥ୍ୟ ,କୃଷି, ପାନୀୟଜଳ, ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ଠିକ ହୋଇ ପାରିଲା ନାହିଁ ଯାହା ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗରିବ ଦାରିଦ୍ର୍ୟ ସୀମା ରେଖା ତଳେ ବସବାସ କରୁଥିବା ଲୋକମାନେ ।

ଓଡ଼ିଶାରେ ବିଦୂତ ଉତ୍ପାଦନ ହେଉଥିବା ବେଳେ ଏଠାକାର ଲୋକ ବିଦୂତ ଶୁକ୍ଳ ଅଧିକ ରୁ ଅଧିକ ଦେଉଛନ୍ତି କଣ ପାଇଁ ବୋଲି ପ୍ରଶ୍ନ କରିଛନ୍ତି ଆମ ଆଦମୀ ପାର୍ଟି ର ନେତା । ଏହି କାର୍ଯ୍ୟକ୍ରମ ରେ ୧୪ ଗୋଟି ବ୍ଲକ୍ ର ଆଵାହକ ,ଓ ଅନ୍ୟାନ୍ୟ ପଦାଧିକାରୀ ଯୋନ ଓ ପଞ୍ଚାୟତ ସ୍ତରୀୟ ନେତୃବୃନ୍ଦ ଯୋଗ ଦେଇଥିବା ବେଳେ ଦଳ ଆଗାମୀ ଦିନରେ ଓଡ଼ିଶାରେ ସରକାର କରିବ ବୋଲି କହିଛନ୍ତି ଆପର ନେତା ।