ଓଡ଼ିଶା ପୋଲିସ୍ ଆସୋସିଏସନ୍‌ ତରଫରୁ ଗାନ୍ଧୀ ଜୟନ୍ତୀ ଅବସରରେ ନିଆରା ପଦକ୍ଷେପ

ଓଡ଼ିଶା ପୋଲିସ୍ ଆସୋସିଏସନ୍‌ର ସମସ୍ତ ସଦସ୍ୟଙ୍କୁ ଅନୁରୋଧ। ସମସ୍ତ ପୋଲିସ୍ କର୍ମଚାରୀ ଏବଂ ସେମାନଙ୍କ ନିର୍ଭରଶୀଳ ପରିବାର ସଦସ୍ୟଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ସୁବିଧା ବିସ୍ତାର କରିବା ଦାବିରେ, ଆମର ଶାନ୍ତିପୂର୍ଣ୍ଣ ପ୍ରତିବାଦର ପ୍ରତୀକ ସ୍ୱରୂପ ଏକ ମିନିଟ୍ ପାଇଁ ମୋବାଇଲ୍ ଫୋନ୍ ବନ୍ଦ ରଖିବାକୁ ଅନୁରୋଧ କରାଯାଉଛି।

ଆସନ୍ତୁ, ସମସ୍ତେ ଏକତ୍ରିତ ହୋଇ ଏହି ଶାନ୍ତିପୂର୍ଣ୍ଣ ପ୍ରତୀକାତ୍ମକ ପ୍ରତିବାଦରେ ସାମିଲ ହେବା ଏବଂ ସମସ୍ତ ପୋଲିସ୍ କର୍ମଚାରୀ ଓ ସେମାନଙ୍କ ନିର୍ଭରଶୀଳଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ସୁବିଧା ବିସ୍ତାର ଦାବିକୁ ସମର୍ଥନ କରିବା। ଓଡ଼ିଶା ପୋଲିସ୍ ଆସୋସିଏସନ୍‌ ତରଫରୁ ଗାନ୍ଧୀ ଜୟନ୍ତୀ ଅବସରରେ ଏଭଳି ନିଆରା ପଦକ୍ଷେପ ଗ୍ରହଣ କରାଯାଇଥିଲା