ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ କମିଟି ବୈଠକ ଅନୁଷ୍ଠିତ

ପୁରୀ: ଓଡିଶାରେ ଏସଆଇଟି ଅଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ । ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାର ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ ପଶାୟତଙ୍କ ନେତୃତ୍ୱରେ ଏକ ୧୨ ଜଣିଆ କମିଟି ଗଠନ କରିଛନ୍ତି ।  ବୈଠକ ପରେ କମିଟି ଅଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ମନ୍ତବ୍ୟ ଦେଇ କହିଛନ୍ତି ଯେ ପ୍ରାରମ୍ଭିକ ଆଲୋଚନା ହୋଇଛି। ବିଭନ୍ନ ଦିଗରୁ ଆଲୋଚନା ହୋଇଛି। ଆଲୋଚନା ଅନୁସାରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଦୁର୍ମୂଲ୍ୟ ସୁନା ଅଳଙ୍କାର ଗଣତି ପାଇଁ ରଥଯାତ୍ରା ହିଁ ପ୍ରକୃଷ୍ଟ ସମୟ। ସେ ସମୟରେ ଠାକୁର ଶ୍ରୀମନ୍ଦିରରେ ନଥିବେ, ତେଣୁ ସୁବିଧା ହେବ। ସ୍ନାନପୂର୍ଣ୍ଣିମା ପରେ ଅଣସର ସମୟ ବି ଚିନ୍ତା କରାଯାଉଥିଲା। କିନ୍ତୁ ସେ ସମୟରେ ଠାକୁରଙ୍କ ବହୁତ ଗୁପ୍ତ ନୀତି ଥିବାରୁ ସମ୍ଭବ ନୁହେଁ ବୋଲି ଜଷ୍ଟିସ ପଶାୟତ ପ୍ରକାଶ କରିଛନ୍ତି।