ବ୍ୟୁରୋ : ଖାଦ୍ୟକୁ ସ୍ୱାଦିଷ୍ଟ କରିବା ପାଇଁ ଗରମ ମସଲାର ବ୍ୟବହାର କରାଯାଇଥାଏ । ଏହା କେବଳ ଖାଦ୍ୟର ସ୍ୱାଦକୁ ବଢାଇନଥାଏ, ସ୍ୱାସ୍ଥ୍ୟକୁ ଲାଭ ମଧ୍ୟ ପହଞ୍ଚାଇଥାଏ । ୧୦ରୁ ଅଧିକ ମସଲା, ଯେପରିକି ଡାଲଚିନି, ତେଜପତ୍ର, ଲବଙ୍ଗ, ଗୁଜୁରାତି, ହଳଦୀ, ଜୀରା, ଧନିଆ, ଗୋଲମରିଚକୁ ଗ୍ରାଇଣ୍ଡିଂ କରି ମସଲା ପ୍ରସ୍ତୁତ କରାଯାଉଥିବାରୁ ଏଥିରେ ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି । ତେବେ ଆସନ୍ତୁ ଜାଣିବା,ଗରମ ମସଲା ଖାଇଲେ କେଉଁସବୁ ଲାଭ ମିଳିଥାଏ ।
୧- ଗରମ ମସଲା ଖାଇଲେ ପାଚନ କ୍ରିୟା ଠିକ୍ ରହିଥାଏ । ତେଣୁ କୋଷ୍ଠ କାଠିନ୍ୟ ସମସ୍ୟା ଦୂର ହୋଇଥାଏ ।
୨- ଏହାକୁ ଖାଇଲେ ଶରୀରରେ ୱେଟ୍ ବର୍ଣ୍ଣ ହୋଇଥାଏ । ଗବେଷଣା ଅନୁସାରେ ଏଥିରେ ଫାଇବର ଥିବାରୁ ଓଜନ ହ୍ରାସ ହୋଇଥାଏ ।
୩- ଯେଉଁମାନଙ୍କୁ ଭୋକ କମ୍ ହେଉଛି,ସେମାନେ ଗରମ ମସଲା ଖାଆନ୍ତୁ । ଏହାଦ୍ୱାରା ପେଟରେ ପାଚନ ରସ ବଢିଥାଏ । ଗରମ ମସଲାରେ ଲବଙ୍ଗ, ଜୀରା ରହିଥିବାରୁ ଏସିଡିଟି କମ୍ ହୋଇଥାଏ ।
୪- ଶରୀରରେ ମେଟା ବୋଲିଜିମ୍ ବଢିଲେ ଓଜନ କମ୍ ହେବ । କେବଳ ଏତିକି ନୁହେଁ, ମୋଟାବୋଲିଜିମ୍ ସୁସ୍ଥ ରହିଲେ,ଶରୀରକୁ ଶକ୍ତି ମିଳିଥାଏ । ଗରମ ମସଲାରେ ଗୋଲମରିଚ ମେଟାବୋଲିଜିମକୁ ସୁସ୍ଥ ରଖିଥାଏ ।
୫- ଗରମ ମସଲାରେ ଥିବା ଜୀରା ଏକ ଆଣ୍ଟ । ଏହା ଡାଇବେଟିସର ଲକ୍ଷଣକୁ କମ୍ କରିବା ପାଇଁ ସକ୍ରିୟ ଭାବରେ କାର୍ୟ୍ୟ କରିଥାଏ ।
୬- ଜୀରା, ଡାଲଚିନି ଓ ଗୋଲମରିଚରେ ଆଣ୍ଟି-ଅକ୍ସିଡାଣ୍ଟ ଓ ଆଣ୍ଟି-ଇନଫ୍ଲାମେଣ୍ଟାରୀ ଗୁଣ ରହିଛି । ତେଣୁ ଏହା ହାର୍ଟକୁ ସୁସ୍ଥ ରଖିଥାଏ । ମନେରଖନ୍ତୁ ଆବଶ୍ୟକତାଠାରୁ ଅଧିକ ଗରମ ମସଲା ଖାଇବା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ।