ଭୀମପୁର ସ୍ପୋର୍ଟସ ଆସୋସିଏସନ୍ ତରଫରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି

ବାଣପୁର: ବାଣପୁର ବ୍ଲକର ଗାଲୁଆ ଗ୍ରାମ ପଞ୍ଚାୟତ ଭୀମପୁର ଗ୍ରାମର ହାଇସ୍କୁଲ୍ ଖେଳ ପଡିଆ ଠାରେ ଭୀମପୁର ସ୍ପୋର୍ଟସ ଆସୋସିଏସନ୍ ତରଫରୁ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି| ଏହି ଟୁର୍ଣ୍ଣାମେଣ୍ଟର ଏହା ୭୦ତମ ସଂସ୍କରଣ ବିଗତ ୮ଦିନ ହେବ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ଆଖପାଖ ଅଞ୍ଚଳର ବହୁ ପ୍ରତିଷ୍ଠିତ କ୍ରିକେଟ କ୍ଲବ ଅଂଶଗ୍ରହଣ କରିଥିଲେ | ଆଜିର ଅନ୍ତିମ ମ୍ୟାଚ ଇଲେଭେନେ ଷ୍ଟାର ବାଲୁଗାଁ ଏବଂ ଭୀମପୁର ସ୍ପୋର୍ଟସ ଆସୋସିଏସନ୍ ମଧ୍ୟରେ ଖେଳ ଯାଇଥିଲା|

ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅଥିତି ଭାବେ ଖୋର୍ଦ୍ଧା ଜିଲ୍ଲା ପରିଷଦର ଉପ ସଭାପତି ଗୋପୀନାଥ ମହାରଣା, ଗାଲୁଆ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀ ସୁରେଶ ଚନ୍ଦ୍ର ବାରିକି,ସମାଜ ସେବୀ ଚିତ୍ତରଞ୍ଜନ ସାମନ୍ତରାୟ,ଗୋବିନ୍ଦ ଘଡାଇ,ବିଭୂତି ଭୂଷଣ ଦାସ,ସରୋଜ ଘଡାଇ ଯୋଗ ଦେଇଥିଲେ | ଏହି ଟୁର୍ଣ୍ଣାମେଣ୍ଟର ବିଜେତା ମାନଙ୍କୁ ଆକର୍ଶନୀୟ ପୁରସ୍କାର ଦିଆଯାଇ ପୁରସ୍କୃତ କରାଯାଇଥିଲା|ଏହି ସମ୍ପୂର୍ଣ୍ଣ ଆୟୋଜନକୁ ଭୀମପୁର ସ୍ପୋର୍ଟସ ଆସୋସିଏସନ୍ ସମସ୍ତ ସଦସ୍ୟଙ୍କ ମିଳିତ ସହଯୋଗରେ ସମାପ୍ତ କରା ଯାଇଥିଲା|