ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକର ଜଣେ ନବମ ଶ୍ରେଣୀର ଛାତ୍ରୀ ସହ ପାଶବିକ ଅତ୍ୟାଚାର

ସମ୍ବଲପୁର:- ପୁଣି ସମ୍ବଲପୁରରେ ଲଜ୍ୟା । ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ୍‌ର ଜଣେ ନବମ ଶ୍ରେଣୀର ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ଫେରାର ଅଛି । ଯୁଯୁମୁରା ବ୍ଲକ୍‌ର ସୁଶାନ୍ତ ମିର୍ଧା ମୁଖ୍ୟ ଅଭିଯୁକ୍ତ ହୋଇଥିବାବେଳେ ଅନ୍ୟ ୨ ଅଭିଯୁକ୍ତ ନାବାଳକ ଅଛନ୍ତି । ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଯଥାଶୀଘ୍ର ଚାର୍ଜସିଟ୍ ଦାଖଲ କରାଯାଇ ମାମଲାର ତ୍ବରିତ ଶୁଣାଣି ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯିବ ବୋଲି ସମ୍ବଲପୁର ଏସ୍‌ପି ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ରବିବାର ସଂଧ୍ୟା ପ୍ରାୟ ୬.୩୦ରୁ ୭ଟା ବେଳକୁ ସେହି ଗାଁର ୫ ଜଣ ଅଭିଯୁକ୍ତ ନାବାଳିକାଙ୍କୁ ଟେକିନେଇ ଗଣଦୁଷ୍କର୍ମ କରିଥିଲେ। ଏଥିରେ ସୁଶାନ୍ତ ମିର୍ଧା ପ୍ରମୁଖ ଭୂମିକା ନେଇଥିଲା । ଏ ସଂକ୍ରାନ୍ତରେ ପୋଲିସ ସୂଚନା ପାଇବା ପରେ ରାତାରାତି ୩ ଜଣଙ୍କୁ ଗିରଫ କରାଯାଇଥିଲା । ତେବେ ଅନ୍ୟ ଅଭିଯୁକ୍ତ ମାନେ ଫେରାର ରହିଛନ୍ତି । ଏନେଇ ଯୁଯୁମୁରା ଥାନାରେ ଭାରତୀୟ ନ୍ୟାୟ ସଂହିତା ଧାରା ୭୦ (୨), ପୋକ୍‌ସୋ ଆଇନ୍‌ ସେକ୍ସନ ୬ରେ ସମସ୍ତଙ୍କ ବିରୋଧରେ ମାମଲା ନମ୍ବର ୧୭୪ ରୁଜୁ ହୋଇଛି । ଅନ୍ୟ ଅଭିଯୁକ୍ତକୁ ଗିରଫ ପାଇଁ ପ୍ରକ୍ରିୟା ଜାରି ରହିଛି । ନାବାଳିକାଙ୍କ ସହିତ ତାଙ୍କ ଗାଁରେ ହିଁ ଏହି ପାଶବିକ ଅତ୍ୟାଚାର ହୋଇଛି ।