ସାଇରସ ମିସ୍ତ୍ରୀଙ୍କ ବଡ଼ ବିଜୟ

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ଟାଟା କମ୍ପାନୀ ମ୍ୟାନେଜମେଣ୍ଟକୁ ନ୍ୟାସନାଲ କମ୍ପାନୀ ଲ ଆପିଲେଟ୍ ଟ୍ରିବ୍ୟୁନାଲ ( ଏନସିଏଏଲଟି)ଙ୍କ ଜବରଦସ୍ତ ଝଟକା। ଟାଟା ସନ୍ସ ଏଜ୍ୟୁକୁଟିଭ ଚେୟାରମ୍ୟାନ୍ ପଦରୁ ୩ ବର୍ଷ ପୂର୍ବେ ସାଇରସ୍ ମିସ୍ତ୍ରୀଙ୍କୁ ହଟାଇବା ଲାଗି ପ୍ରବନ୍ଧନର ନିଷ୍ପତ୍ତିକୁ ଏନସିଏଲଟି ଅବୈଧ କହିବା ସହ ତାଙ୍କୁ ପୁଣି ପୂର୍ବ ପଦବୀରେ ବହାଲ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏନସିଏଏଲଟିଙ୍କ ନିଷ୍ପତ୍ତିରେ ଟାଟା କମ୍ପାନୀ ପକ୍ଷରୁ କୌଣସି ପ୍ରତିକ୍ରିୟା ବ୍ୟକ୍ତ କରାଯାଇନଥିବା ବେଳେ ଟ୍ରିବ୍ୟୁନାଲଙ୍କ ଆଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବା ଲାଗି ପ୍ରବନ୍ଧନ ହାତରେ ଏବେବି ସମୟ ରହିଛି।
ଏନସିଏଏଲଟିଙ୍କ ରାୟ ମିସ୍ତ୍ରୀଙ୍କ ସପକ୍ଷରେ ଯାଇଥିବା ବେଳେ ଏବେ ଏହାକୁ ତାଙ୍କର ସବୁଠାରୁ ବଡ ବିଜୟ ବୋଲି କୁହାଯାଉଛି। ଏହା ପୂର୍ବରୁ ନ୍ୟାସନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ (ଏନସିଏଲଟି) ମୁମ୍ବାଇ ବେଞ୍ଚ ସାଇରସ୍‌ ମିସ୍ତ୍ରୀଙ୍କୁ ଟାଟା ସନ୍ସରୁ ହଟାଇବା ଲାଗି ନିଷ୍ପତ୍ତି ବିରୋଧରେ ଆଗତ ସମସ୍ତ ଆବେଦନକୁ ଅଗ୍ରାହ୍ୟ କରିଦେଇଥିଲେ। ଇନଭେଷ୍ଟମେଣ୍ଟ ଫାର୍ମ ସାଇରସ୍ ଇନଭେଷ୍ଟମେଣ୍ଟ ପ୍ରାଇଭେଟ୍ ଲିଃ ଓ ଷ୍ଟର୍ଲିଂ ଇନଭେଷ୍ଟମେଣ୍ଟ କର୍ପ ଏଥିଲାଗି ପିଟିସନ ଦାଖଲ କରିଥିଲେ। ଏହା ପରେ ନିଜେ ସାଇରସ ମିସ୍ତ୍ରୀ ଏନସିଏଲଟିରେ ଆବେଦନ କରିଥିଲେ।