ଗୃହରେ ବିଜେପି କର୍ମୀଙ୍କ ହୋହାଲ୍ଲା, ୧୧ପର୍ଯ୍ୟନ୍ତ ଗୃହ ମୁଲତବି

(ରପୋର୍ଟସ୍ ଟୁଡେ) : ପୁଞ୍ଜିନିବେଶ ଓ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତକୁ ନେଇ ଆଜି ବିଧାନସଭାରେ ହୋହଲ୍ଲା କରିଛନ୍ତି ବିଜେପି ବିଧାୟକ । ଫଳରେ ପ୍ରଶ୍ନକାଳ ମାତ୍ର ଗୋଟିଏ ମିନିଟ ପାଇଁ ଚାଲିପାରିଛି । ଆଜି ଗୃହକାର୍ୟ୍ୟ ଆରମ୍ଭ ହେବା ମାତେ ପୁଞ୍ଜିନିବେଶ ନାଁରେ ଆତ୍ମପ୍ରଚାର ବନ୍ଦ କର ଓ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ କାହା ସ୍ୱାର୍ଥରେ ବୋଲି ସ୍ଲୋଗାନ ଦେଇଥିଲେ ।

ବିଜେପି ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ । ଫଳରେ ମାତ୍ରେ ଗୋଟିଏ ମିନିଟ୍ ପରେ ବାଚସ୍ପତି ସାଢେ ୧୧ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ । ସେପଟେ ବିଜେପି ସଦସ୍ୟଙ୍କ ହଙ୍ଗାମା ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ମୁଖପାତ୍ର ସମୀର ଦାସ । ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ’କୁ ବିରୋଧ ହାସ୍ୟାସ୍ପଦ ପୂର୍ବର ମୁଖ୍ୟମନ୍ତ୍ରୀ ମୁମ୍ବାଇ, ବେଙ୍ଗଲୁରୁ ଭଳି ବଡ ସହରରେ ମେକ୍ ଇନ୍ ଓଡିଶା କାର୍ୟ୍ୟକ୍ରମ କରି ପୁଞ୍ଜି ନିବେଶକୁ ଆକୃଷ୍ଟ କରିଛନ୍ତି । ପୁଞ୍ଜି ନିବେଶକାରୀ ମାନେ ଓଡିଶାକୁ ଆସିଲେ ରାଜ୍ୟରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏହା ବିଜେପିର ବିକୃତ ମାନସିକତା ବୋଲି ବିଜେଡି ମୁଖପାତ୍ର କହିଛନ୍ତି ।