(ଗୋବିନ୍ଦ ଚନ୍ଦ୍ର ପଣ୍ଡା) : ଆଜି ଅହେତୁକ ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା ଏହାର ପ୍ରଭାବ ଓଡିଶାରେ ବହୁଳ ପରିମାଣରେ ପଡିଛି । କଂଗ୍ରେସ କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ଟାୟାର ଜାଳି ରାସ୍ତାରୋକ କରିବା ସହ ବିଭିନ୍ନସ୍ଥାନରେ ରେଳରୋକ ମଧ୍ୟ କରାଯାଇଥିଲା ।
ରାସ୍ତା ରୋକ କରି ବିଧାନସଭା ଆଗରେ ମଧ୍ୟ କଂଗ୍ରେସ କର୍ମୀମାନେ ଆନ୍ଦୋଳନ କରିଛନ୍ତି । ରାସ୍ତାରୋକ ପାଇଁ ବିଧାନସଭାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଅନେକ ମନ୍ତ୍ରୀ କଡା ସୁରକ୍ଷାରେ ବିଧାନସଭାରେ ପ୍ରବେଶ କରିଥିବା ବେଳେ ବିଧାୟକମାନେ ଚାଲିଚାଲି ବିଧାନସଭାରେ ପ୍ରବେଶ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀଙ୍କୁ ଏଜି ଛକରେ ଅଟକାଇବାପାଇଁ କଂଗ୍ରେସର ବିଧାୟକମାନେ ସେଠାରେ ଉପସ୍ଥିତଥିଲେ କିନ୍ତୁ ଆଜି ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ବିଧାନସଭାକୁ ଆସୁଥିବା ରାସ୍ତା ପରିବର୍ତ୍ତନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ସଚିବାଳୟ ରାସ୍ତା ନଦେଇ ଗୋପବନ୍ଧୁ ଛକ, ଗଭର୍ଣ୍ଣର ହାଉସ ରାସ୍ତା ଦେଇ ବିଧାନସଭାକୁ ଆସିଥିଲେ ।
ସେପଟେ କଂଗ୍ରେସ କର୍ମୀ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କୁ ବିଧାନସଭା ସମ୍ମୁଖରେ ଗୋଲାପ ଫୁଲ ଓ ଚକୋଲେଟ ଦେଇ ଆନ୍ଦୋଳନକୁ ସମର୍ଥନ କରିବାକୁ ଅନୁରୋଧ କରିଥିଲେ । ଆଜିବିଧାନସଭାରେ ଗୃହବିଭାଗର ପ୍ରଶ୍ନୋତର କାର୍ଯ୍ୟକ୍ରମ ଥିଲା । ଆଇନିଶୃଙ୍ଖଳା ଗୃହ ବିଭାଗରେ ଥିବା ଅଫିସରଙ୍କୁ ଅପଦସ୍ତ ହେବାକୁ ପଡିଥିଲା । ବରିଷ୍ଟ ପୋଲିସ ଅଧିକାରି ଅମିତାଭ ଠାକୁରଙ୍କ ଗାଡିକୁ ଅଟଳାଇ ଥିଲେ କଂଗ୍ରେସ କର୍ମୀ ସେ ଗାଡିରୁ ଓହ୍ଲାଇବା ବେଳେ ଗାଡି ଚକତଳେ ତାଙ୍କର ଗୋଡ ରହିଯାଇ ସେ ଆଘାତ ହୋଇଥିଲେ ।