୨୨ରେ ଦେଶ ବ୍ୟାପୀ ବ୍ୟାଙ୍କ ଧର୍ମଘଟ ଡାକରା

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଆସନ୍ତା ୨୨ ତାରିଖରେ ଦେଶର ଦୁଇଟି ପ୍ରମୁଖ ବ୍ୟାଙ୍କ ସଂଘ ଅଲ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲୟିଜ ଆସୋସିଏସନ ଓ ବ୍ୟାଙ୍କ ଏମ୍ପ୍ଲୟିଜ ଫେଡେରେସନ ଅଫ ଇଣ୍ଡିଆ ଧର୍ମଘଟ ଡାକରା ଦେଇଛି । ବ୍ୟାଙ୍କ ମିଶ୍ରଣ ଓ ଜମା ଉପରେ ସୁଧହାର ହ୍ରାସ ପ୍ରତିବାଦରେ ଏହି ଧର୍ମଘଟ ଡାକରା ଦିଆଯାଇଛି । ଏହି ଦୁଇଟି ୟୁନିୟନ ବ୍ୟାଙ୍କ ଘରୋଇକରଣ ଓ ଆଉଟ ସେ।।ର୍ସିଂକୁ ବିରୋଧ କରୁଛି । ତେବେ ଦେଶର ବୃହତ୍ତମ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କର କାରବାରରେ ଏହି ଧର୍ମଘଟର ବିଶେଷ ପ୍ରଭାବ ପଡିବାର ଆଶଙ୍କା ନାହିଁ । କାରଣ ଷ୍ଟେଟ ବ୍ୟାଙ୍କର କର୍ମଚାରୀମାନେ ଏହି ଦୁଇଟି ୟୁନିୟନର ସଦସ୍ୟ ନାହାନ୍ତି । ଆହୁରି ମଧ୍ୟ ଅନ୍ୟ ୭ଟି ବ୍ୟାଙ୍କ ୟୁନିୟନ- ୩ଟି କର୍ମଚାରୀ ୟୁନିୟନ ଓ ୪ଟି ଅଫିସର ୟୁନିୟନ ଏହି ଧର୍ମଘଟରେ ସାମିଲ ନାହାନ୍ତି ।