ଘରୋଇ ହସ୍ପିଟାଲରେ ମିଳିବ ଦୁର୍ଘଟଣାଗସ୍ତଙ୍କୁ ମାଗଣା ଚିକିତ୍ସା

ଋିପୋର୍ଟରସ ଟୁଡେ(ସୋମ୍ୟାଶ୍ରୀ ମହାନ୍ତି): ଏବେ ଘରୋଇ ହସ୍ପିଟାଲରେ ମିଳିବ ମାଗଣା ଚିକିତ୍ସା । ଏହି ଚିକିତ୍ସା କେବଳ ଦୁର୍ଘଟଣାଗସ୍ତ ବ୍ୟକ୍ତିମାନଙ୍କ ପାଇଁ ତାହା ପୁଣି କେବଳ ୪୮ ଘଣ୍ଟା ପର୍ଯ୍ୟନ୍ତ ମିଳିବ । ଆଜି ଏନେଇ ସ୍ୱାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦ୍ଦା ସୂଚନା ଦେଇଛନ୍ତି । ରାଜ୍ୟ ସରକାରଙ୍କ ଦୁର୍ଘଟଣାଗସ୍ତ ପାଣ୍ଠି ଏହି ଖର୍ଚ୍ଚ ବହନ କରିବ । ଏହାସହ ପରିବହନ ବିଭାଗ ସ୍ୱାସ୍ଥ୍ୟ ବିଭାଗକୁ ୪ କୋଟି ଟଙ୍କା ଦେଇଛି । ପ୍ରଥମ ଭୁବନେଶ୍ୱର ଓ କଟକରେ ୩ଟି ହସ୍ପିଟାଲକୁ ସାମିଲ କରାଯାଇଛି । ପରେ ସମ୍ବଲପୁର, ରାଉରକେଲା ଓ ବ୍ରହ୍ମପୁରକୁ ଏହି ସେବାରେ ନିୟୋଜିତ କରାଯିବ ବୋଲି ଜଣାପଡିଛି । ଭୁବନେଶ୍ୱରର ଆମ୍ରି ଓ ଆପୋଲୋ ଏବଂ କଟକର ଅଶ୍ୱନୀ ହସ୍ପିଟାଲରେ ହସ୍ପିଟାଲରେ ମିଳିବ ଦୁର୍ଘଟଣାଗସ୍ତ ଲୋକଙ୍କୁ ମାଗଣା ଚିକିତ୍ସା ମିଳିବ ।