ରାସ୍ତା ମଝିରେ ଜଳିଗଲା ମାଲବାହୀ ଅଟୋ

(ଅନୁସ୍ୱୟା)ଭୁବନେଶ୍ୱର: ରାଜଧାନୀର ଏକ ଚଳନ୍ତା ମାଲବାହୀ ଭ୍ୟାନରେ ନିଆଁ । ଆଜି ଅପରାହ୍ନରେ ଭୁବନେଶ୍ୱର ସ୍ଥିତ କିମ ହସପିଟାଲ ପଛପଟ ରାସ୍ତାରେ ଏକ ଚଳନ୍ତା ମାଲବାହୀ ଭ୍ୟାନ୍ରେ ନିଆଁ ଲାଗି ଯାଇଛି। ଭ୍ୟାନ୍ଟି ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଯାଇଛି।  ଭ୍ୟାନରେ ବିପୁଳ ପରିମାଣରେ କୌଣସି ରାସାୟନିକ ଦ୍ରବ୍ୟ ଲଦା ଯାଇଥିବା ଦେଖିବାକୁ ମିଳିଥିଲା । ଦୁଇଟି ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ନିଆଁକୁ ଆୟତ୍ତକୁ ପ୍ରାୟ ୨ ଘଣ୍ଟା ସମୟ ଲାଗିଥିଲା । ତେବେ ଭ୍ୟାନ୍ଟି କିପରି ନିଆଁ ଲାଗିଲା ତା’ର କାରଣ ଜଣାପଡ଼ିନାହିଁ। ଗାଡିଟି ସମ୍ପୂର୍ଣ୍ଣ ଜଳିଯାଇଛି।