(ମମତା ସାମଲ)ରିପୋର୍ଟସଟୁଡେ: ଭଗବାନ ସୂର୍ଯ୍ୟଙ୍କୁ ନବଗ୍ରହଙ୍କ ମଧ୍ୟରେ ରାଜା ବୋଲି କୁହାଯାଏ । ତାଙ୍କୁ ଆଦିତ୍ୟ ,ଭାନୁ ଓ ରବି ପରି ଅନେକ ନାମରେ ସ୍ମରଣ କରାଯାଇଥାଏ । ସୂର୍ଯ୍ୟ ଏକମାତ୍ର ଏପରି ଦେବତା ଯାହାଙ୍କ କିରଣ ପୁରା ସଂସାରକୁ ଆଲୋକିତ କରିଥାଏ । ଏହାସହ ତାଙ୍କ ଦର୍ଶନ କରିବା ମଧ୍ୟ ସହଜ । ସୂର୍ଯ୍ୟଙ୍କ ରଥରେ ସାତୋଟି ଘୋଡା ରହିଥାଏ । ସେହି ରଥରେ ଘୋଡାର ଦଉଡି ଅରୁଣ ଦେବଙ୍କ ହାତରେ ରହିଥାଏ । ଜାଣନ୍ତୁ ସୂର୍ଯ୍ୟଙ୍କ ରଥରେ ସାତୋଟି ଘୋଡ ରହିବାର ତାତ୍ପର୍ଯ୍ୟ କ’ଣ ?
ଭଗବାନ ସୂର୍ୟ୍ୟଙ୍କ ରଥରେ ଥିବା ଘୋଡା ସମ୍ବନ୍ଧରେ ଧାର୍ମିକ ଗ୍ରନ୍ଥରେ ବିସୃତ ଭାବେ ବର୍ଣ୍ଣନା କରାଯାଇଛି। ସୂର୍ୟ୍ୟଙ୍କ ରଥରେ ଥିବା ସାତୋଟି ଘୋଡା ସାତଟି ଆଲୋକ ଦର୍ଶାଇ ଥାଆନ୍ତି। ସୂର୍ୟ୍ୟଙ୍କ ସାତଟି ଘୋଡାକୁ ଇନ୍ଦ୍ରଧନୁର ସାତଟି ରଙ୍ଗ ସହ ଯୋଡା ଯାଇଛି। ଧ୍ୟାନର ଦେଖିବାକୁ ଗଲେ ସାତୋଟି ଘୋଡାର ରଙ୍ଗ ପରସ୍ପର ଠାରୁ ଭିନ୍ନ ଅଟେ। ଏହାସହ ପ୍ରତ୍ୟେକ ଘୋଡା ମଧ୍ୟ ପରସ୍ପର ଠାରୁ ଅଲଗା ଅଟନ୍ତି। କିନ୍ତୁ ପ୍ରତ୍ୟେକ ଘୋଡା ସୂର୍ୟ୍ୟଙ୍କର ନିଜସ୍ବ କିରଣର ପ୍ରତୀକ ଅଟନ୍ତି।
ଭଗବାନ ସୂର୍ୟ୍ୟ ରଥରେ ସାତୋଟି ଘୋଡା ସହ ଥିବାର ପ୍ରତିମୂର୍ତ୍ତି ଅନେକ ମନ୍ଦିରରେ ରହିଛି। ସୂର୍ୟ୍ୟଙ୍କ ରଥରେ ଲାଗିଥିବା ଘୋଡା ସପ୍ତାହର ସାତ ଦିନ, ଚକ ଗୋଟିଏ ବର୍ଷ ଓ ଚକରେ ଥିବା ଗାର ୧୨ମାସକୁ ଦର୍ଶାଇ ଥାଏ।