ସତ୍ୟପାଠକୁ ନେଇ ସେବାୟତଙ୍କ ଚେତାବନୀ

(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ସୁପ୍ରିମ କୋର୍ଟରେ ଶ୍ରୀମନ୍ଦିର ପ୍ରଶାସନର ସତ୍ୟପାଠକୁ ନେଇ ସେବାୟତଙ୍କ ଚେତାବନୀ । ଶ୍ରୀମନ୍ଦିରରେ ଏତେ ସଂଖ୍ୟାରେ ସେବାୟତଙ୍କ ଆବଶ୍ୟକତା ନଥିବା ନେଇ ସୁପ୍ରିମକୋର୍ଟରେ ପ୍ରଶାସନ ସତ୍ୟପାଠ କରିଥିବାରୁ ପରିଚାଳନା କମିଟିର ସେବାୟତ ପ୍ରତିନିଧିମାନେ ଇସ୍ତଫା ଧମକ ଦେଇଛନ୍ତି। ସ୍ଥାନୀୟ ଭିତର ସେବାୟତ ନିଯୋଗରେ ପ୍ରଶାସନର ଏଭଳି ଆଭିମୂଖ୍ୟକୁ ସେବାୟତ ପ୍ରତିନିଧିମାନେ ନିନ୍ଦା କରିଛନ୍ତି। ପରିଚାଳନା କମିଟିରେ ସେବାୟତଙ୍କ ସଂଖ୍ୟା ହ୍ରାସ କରିବା ନେଇ କୌଣସି ଆଲୋଚନା ନହୋଇ ସୁପ୍ରିମ କୋର୍ଟରେ ଏଭଳି ସତ୍ୟପାଠ କିଭଳି କରାଗଲା ବୋଲି ପ୍ରଶ୍ନ କରିଛନ୍ତି ସେବାୟତ।