ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଭୁଜାଲିରେ ଆକ୍ରମଣ

(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ ) : ରବିବାର ଦିନ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସ୍ଥାନୀୟ ଅଞ୍ଚଳର ବବୁଲ ନାୟକ ସହ ରାଙ୍ଗାର ବିବାଦ ଲାଗି ରହିଥିଲା। କୌଣସି କାରଣକୁ ନେଇ ଗତ ଡିସେମ୍ବର ମାସରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ରାଙ୍ଗା ପ୍ରତିଶୋଧ ପରାୟଣ ହୋଇ ବବୁଲଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲା। ଏନେଇ ସେ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ହେଲେ ରାଙ୍ଗା ଫେରାର୍‌ ଥିବାରୁ ପୁଲିସ ତାକୁ ଗିରଫ କରିପାରି ନଥିଲା। ରବିବାର ବିଳମ୍ବିତ ରାତିରେ ପୁଲିସ ତାକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ପ୍ରକାଶ ଥାଉ କି ପୂର୍ବରୁ ରାଙ୍ଗା ନାମରେ ରାଜଧାନୀର ବିଭିନ୍ନ ଥାନାରେ ହତ୍ୟା ଉଦ୍ୟମ, ହଣାକଟା, ବୋମାମାଡ଼, ଲୁଟ୍‌ପାଟ ଭଳି ବହୁ ଆପରାଧିକ ମାମଲା ରହିଛି।