(ରିପୋର୍ଟରସ ଟୁଡେ/ନୂଆଦିଲ୍ଲୀ): ବିଶିଷ୍ଟ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ମାଲିକାନାରେ ଥିବା ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ଆରମ୍ଭ ହେବା ଦିନ ଠାରୁ ମାତ୍ର ଅଢ଼େଇ ବର୍ଷ ମଧ୍ୟରେ ୩୦ କୋଟି ଗ୍ରାହକ ସଂଖ୍ୟା ଅତିକ୍ରମ କରିବାରେ ସଫଳ ହୋଇଛି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, କମ୍ପାନୀ ମାର୍ଚ୍ଚ ୨ରେ ଏହି ଉପଲବ୍ଧି ହାସଲ କରିଛି। ତେବେ ଜିଓ ପକ୍ଷରୁ ଏ ସମ୍ପର୍କରେ ଆନୁଷ୍ଠାନିକ ଭାବେ କିଛି ପ୍ରକାଶ କରାଯାଇ ନାହିଁ। ବର୍ତ୍ତମାନ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ଟୁର୍ଣ୍ଣାମେଣ୍ଟ ଚାଲିଥିବା ବେଳେ କମ୍ପାନୀ ନିଜର ଉପଲବ୍ଧି ହାସଲ ନେଇ ଉତ୍ସବ ପାଳନ କରୁଥିବା ଏହାର ବିଜ୍ଞାପନରୁ ପ୍ରତୀୟମାନ ହେଉଛି। ଜିଓ ଆରମ୍ଭ ହେବା ଦିନଠାରୁ ସବୁଠାରୁ କମ୍ ସମୟ ମଧ୍ୟରେ ୧୦କୋଟି ଗ୍ରାହକ ହାସଲ କରିବାରେ ପ୍ରଥମ ଟେଲିକମ କମ୍ପାନୀ ହୋଇଛି। କମ୍ପାନୀ ମାତ୍ର ୧୭୦ ଦିନରେ ଏହି ସଫଳତା ହାସଲ କରିଥିଲା।