ଡବ୍ଲ୍ୟୁଟିଏ ଫାଇନାଲ୍ସରେ ଆନ୍ଦ୍ରିଭା-ସ୍ବିତୋଲିନା ଟକ୍କର

ଚଳିତ ବର୍ଷର ଶେଷ ଟେନିସ ମହାସମର ଡବ୍‌ଲ୍ୟୁଟିଏ ଫାଇନାଲ୍ସର ଟାଇଟଲ୍‌ ଲଢ଼େଇରେ ମୁହାଁମୁହିଁ ହେବେ ରୁଷିଆର ୧୯ ବର୍ଷୀୟ ତାରକା ମୀରା ଆନ୍ଦ୍ରିଭା ଓ ୟୁକ୍ରେନ୍‌ର ଏଲିନା ସ୍ବିତୋଲିନା। ସେମିଫାଇନାଲ୍‌ରେ ଦମ୍‌ଦାର ପ୍ରଦର୍ଶନ କରି ଫାଇନାଲ୍‌ ଟିକେଟ୍‌ ହାତେଇଛନ୍ତି ଉଭୟ ଖେଳାଳି।

Mirra Andreeva vs Elina Svitolina | WTA Finals 2026 |

ପ୍ରଥମ ସେମିଫାଇନାଲ୍‌ରେ ଆନ୍ଦ୍ରିଭା ସିଧାସଳଖ ୬-୩, ୬-୪ ସେଟ୍‌ରେ ଆମେରିକାର ଜେସିକା ପେଗୁଲାଙ୍କୁ ପରାସ୍ତ କରିଥିଲେ। ଏହି ବିଜୟ ସହ ସେ ଏକ ବଡ଼ ରେକର୍ଡର ଅଧିକାରୀ ହୋଇଛନ୍ତି। ୨୦୦୪ ପରେ ଡବ୍‌ଲ୍ୟୁଟିଏ ଫାଇନାଲ୍ସର ଟାଇଟଲ୍‌ ମୁକାବିଲାରେ ପହଞ୍ଚିବାରେ ସେ ହୋଇଛନ୍ତି ସର୍ବକନିଷ୍ଠ ଖେଳାଳି। ଏହା ପୂର୍ବରୁ ୨୦୦୪ରେ ୧୭ ବର୍ଷ ବୟସରେ ରୁଷିଆର ମାରିଆ ଶାରାପୋଭା ସେରେନା ୱିଲିୟମ୍ସଙ୍କୁ ହରାଇ ଫାଇନାଲ୍‌ରେ ପ୍ରବେଶ କରିଥିଲେ।

Mirra Andreeva vs. Elina Svitolina | 2026 FAGE WTA Finals Group 2 | WTA  Highlights

ସେହିପରି ଦ୍ୱିତୀୟ ସେମିଫାଇନାଲ୍‌ରେ ୟୁକ୍ରେନ୍‌ର ଏଲିନା ସ୍ବିତୋଲିନା ନିଜ ଦବ୍‌ଦବା ଜାହିର କରିଥିଲେ। ସେ ସିଧାସଳଖ ୬-୨, ୬-୧ ସେଟ୍‌ରେ ଚେକ୍‌ ଗଣରାଜ୍ୟର ଲିଣ୍ଡା ନୋସ୍କୋଭାଙ୍କୁ ପରାସ୍ତ କରି ଫାଇନାଲ୍‌ରେ ସ୍ଥାନ ପକ୍କା କରିଛନ୍ତି। ଏବେ ଟାଇଟଲ୍‌ ପାଇଁ ଆନ୍ଦ୍ରିଭା ଓ ସ୍ବିତୋଲିନାଙ୍କ ମଧ୍ୟରେ ହେବ କଡ଼ା ଟକ୍କର। ଯୁବ ପ୍ରତିଭା ଓ ଅଭିଜ୍ଞତା ମଧ୍ୟରେ ଏହି ଲଢ଼େଇ ଉପରେ ରହିବ ଟେନିସପ୍ରେମୀଙ୍କ ନଜର।