ବଞ୍ଚିଗଲେ ବଚ୍ଚନ, ଏମିତି କିଛି ମନ୍ତବ୍ୟ ରଖିଛନ୍ତି ବଲିଉଡର ମହାନାୟକ ବିଗ୍ ବି- ଅମିତାଭ ବଚ୍ଚନ। ଏନେଇ ସେ ନିଜ ସୋସିଆଲ୍ ମିଡିଆ ସାଇଟରେ ପୋଷ୍ଟ କରିଛନ୍ତି କି, ‘ବଚ୍ ଗୟେ’। ନା ତା ଆଗକୁ କିଛି ଲେଖିଛନ୍ତି, ନା ଆଉ କିଛି ସ୍ପଷ୍ଟ କରିଛନ୍ତି। ଆଉ ଯାହାକୁ ନେଇ ସୋସିଆଲ୍ ମିଡିଆରେ ଉଠୁଛି ପଡ଼ୁଛି ଚର୍ଚ୍ଚା।…
ଅମିତାଭଙ୍କ ଘରକୁ ଟାଗେର୍ଟ କରି ବୋମା ମାଡ଼ ନେଇ ଧମକ ଥିଲା। ଏନେଇ ଦିଲ୍ଲୀ ପୋଲିସ୍ ଦୁଇ ଜଣଙ୍କୁ ଗିରଫ କରିଛି। ଏମାନେ ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗ ସହ ସଂପୃକ୍ତ ଥିବା ଜଣାପଡ଼ିଛି। ଗୋଟିଏ ମାସରେ ୨ଥର ବୋମା ଧମକ ଦିଆଯାଇଥିଲା। ଅମିତାଭ ବଚ୍ଚନଙ୍କ ମୁମ୍ବାଇ ଜୁହୁ ସ୍ଥିତ ବାସଭବନ ‘ଜଲସା’କୁ ଗତ ମାସକ ମଧ୍ୟରେ ତିନି ଥର ଇମେଲ୍ ଜରିଆରେ ବୋମା ଧମକ ମିଳିଛି। ପରେ ପୋଲିସ୍ ପକ୍ଷରୁ ବଚ୍ଚନଙ୍କ ସୁରକ୍ଷା ବଢ଼ାଯିବା ସହ ଜଲସାରେ ବି ସୁରକ୍ଷା ବଢ଼ିଛି।