ପ୍ରେମିକାଙ୍କୁ ପ୍ରପୋଜ୍ କଲେ ଅର୍ଶଦୀପ, ଭାଇରାଲ୍ ହେଲା ରୋମାଣ୍ଟିକ୍ ଫଟୋ !

କ୍ରିକେଟ୍ ପଡ଼ିଆରେ ନିଜ ବୋଲିଂରେ ବ୍ୟାଟରଙ୍କୁ ଘାଇଲା କରୁଥିବା ଅର୍ଶଦୀପ ସିଂହ ଏବେ ପ୍ରେମର ପିଚ୍‌ରେ ମାରିଛନ୍ତି ବାଜି। ନିଜ ଦୀର୍ଘଦିନର ପ୍ରେମିକା ସମରିନ୍ କୌରଙ୍କୁ ଦେଇଛନ୍ତି ଜୀବନସାଥୀ ହେବାର ପ୍ରସ୍ତାବ। ଆଉ ଏହି ରୋମାଣ୍ଟିକ୍ ମୁହୂର୍ତ୍ତର ଫଟୋ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଚର୍ଚ୍ଚା ସାଉଁଟୁଛି। ନ୍ୟୁଜିଲାଣ୍ଡରେ ଅର୍ଶଦୀପ ସମରିନ୍‌ଙ୍କୁ ଆଣ୍ଠୁମାଡ଼ି ପ୍ରପୋଜ୍ କରିଥିବାର ଫଟୋ ସାମ୍ନାକୁ ଆସିଛି। ଏହା ସହ ସମରିନ୍‌ଙ୍କ ହାତରେ ଚମକୁଛି ଏନଗେଜମେଣ୍ଟ ରିଙ୍ଗ୍।

Arshdeep Singh proposes to girlfriend Samreen Kaur in New Zealand, shares  engagement pictures - India Today

ନଭେମ୍ବର ୧୧ ତାରିଖରେ ଉଭୟ ନିଜ ନିର୍ବନ୍ଧର ଖବର ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି। ସମରିନ୍ ନିଜ ପୋଷ୍ଟରେ ପରସ୍ପର ସହ ଜୀବନ ବିତାଇବାର ଖୁସିକୁ ବ୍ୟକ୍ତ କରିଛନ୍ତି। ଏହି ଖବର ପ୍ରଚାର ହେବା ପରେ କ୍ରିକେଟ୍ ଜଗତରୁ ଆରମ୍ଭ କରି ଫ୍ୟାନ୍‌ଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଯୋଡ଼ିଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ତେବେ କ୍ରିକେଟ୍ ଓ ମନୋରଞ୍ଜନ ଜଗତର ଏହି ଯୋଡ଼ିଙ୍କ ବିବାହ କେବେ ହେବ, ତାହାକୁ ନେଇ ଏବେ ଫ୍ୟାନ୍‌ଙ୍କ ଅପେକ୍ଷା।