ଉତ୍ତରପ୍ରଦେଶର କାନପୁରରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗାଡ଼ି ଶିଖୁଥିଲେ ହେଲେ ରାସ୍ତାରେ ଘଟାଇଦେଲେ ମୃତ୍ୟୁର ତାଣ୍ଡବ। ଜଣେ ମହିଳା ଲର୍ଣ୍ଣର ଡ୍ରାଇଭର ଚଳାଉଥିବା ଦ୍ରୁତଗାମୀ ଥାର୍ ଧକ୍କାରେ ଚାଲିଯାଇଛି ଜଣେ ୫୫ ବର୍ଷୀୟ ସ୍କୁଟି ଚାଳକଙ୍କ ଜୀବନ।
ମୃତକ ହେଉଛନ୍ତି ସନ୍ତୋଷ ସିଂହ ଚୌହାନ। ଗତକାଲି ରାତିରେ ସନ୍ତୋଷ ସିଂହ ସ୍କୁଟି ଧରି ଘରୁ ବାହାରିଥିଲେ। ପତ୍ନୀଙ୍କ ପାଇଁ ଶାଢ଼ି ନେଇ ଫେରିବେ ବୋଲି ପରିବାରକୁ କହିଥିଲେ। ହେଲେ ଘରଠାରୁ ମାତ୍ର ୫୦୦ ମିଟର ଦୂରରେ ତାଙ୍କ ସହ ଘଟିଗଲା ଭୟଙ୍କର ଦୁର୍ଘଟଣା।
ଦ୍ରୁତ ଗତିରେ ଆସୁଥିବା ଥାର୍ ସ୍କୁଟିକୁ ଜୋରଦାର ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ସନ୍ତୋଷଙ୍କ ମୃତ୍ୟୁ ଘଟଣାସ୍ଥଳରେ ହିଁ ହୋଇଥିଲା। ଏହାପରେ ନିୟନ୍ତ୍ରଣ ହରାଇ ଥାର୍ଟି ଏକ ଘରର ପାଚେରି ଭାଙ୍ଗି ବଗିଚା ଭିତରକୁ ପଶିଯାଇଥିଲା।