ଗଞ୍ଜାମ ଜିଲ୍ଳାରେ ୩୧ ତାରିଖ ପର୍ଯ୍ୟନ୍ତ ଅଙ୍ଗନବାଡି, ସ୍କୁଲ, କଲେଜ ଛୁଟି ଘୋଷଣା

ପ୍ରବଳ ବର୍ଷା ଯୋଗୁଁ ସ୍କୁଲ ଛୁଟି । ବାତ୍ୟା ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ଲାଗି ରହିଛି ପ୍ରବଳ ବର୍ଷା । ବର୍ଷାର ପ୍ରକୋପକୁ ଦୃଷ୍ଟିରେ ରଖି ୩୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ସମେତ ଅଙ୍ଗନବାଡ଼ି କେନ୍ଦ୍ରକୁ  ଛୁଟି ଘୋଷଣା କରାଯାଇଛି । ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି । ଲଗାଣ ବର୍ଷା ଯୋଗୁଁ ଜିଲ୍ଲାରେ ସ୍ଥିତି ଚିନ୍ତାଜନକ ହେବାରେ ଲାଗିଛି। ବିଶେଷକରି ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଅଙ୍ଗନବାଡ଼ି କେନ୍ଦ୍ର ସମେତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ବନ୍ଦ ରଖିବା ନିଷ୍ପତ୍ତି ନିଆଯାଇଛି। ଅଯଥାରେ ଘରୁ ବାହାରକୁ ନଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।

Heavy rain alert in Mayurbhanj: Schools shut, officials put on high alert

ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ମୋଟ ୫୪୬ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସବୁଠୁ ଅଧିକ ବର୍ଷା ହୋଇଥିବା ୧୦ଟି ସ୍ଥାନ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୬ଟି ସ୍ଥାନ ରହିଛି। ପ୍ରଥମ ସ୍ଥାନରେ ଗଞ୍ଜାମର ପାତ୍ରପୁର ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି କନ୍ଧମାଳର ଜି. ଉଦୟଗିରି। ଏଠାରେ ୪୬୨ ଦଶମିକ ୪ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସେହିପରି ଗଞ୍ଜାମର ସାନଖେମୁଣ୍ଡିରେ ୩୮୮ ମିଲିମିଟର, କନ୍ଧମାଳର ରାଇକିଆରେ ୩୮୪ ଦଶମିକ ୮ ମିଲିମିଟର ଏବଂ ଗଞ୍ଜାମର ସୋରଡ଼ାରେ ୩୭୫ ମିଲିମିଟର ବର୍ଷା ହୋଇଛି।ଏହାଛଡ଼ା ଗଞ୍ଜାମର ଚିକିଟିରେ ୩୦୯ ଦଶମିକ ୨ ମିଲିମିଟର, ଗଜପତିର ମୋହନାରେ ୩୦୭ ଦଶମିକ ୬ ମିଲିମିଟର ଏବଂ କନ୍ଧମାଳର ଦାରିଙ୍ଗବାଡ଼ିରେ ୨୭୩ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଗଞ୍ଜାମର ରଙ୍ଗେଇଲୁଣ୍ଡାରେ ୨୬୧ ମିଲିମିଟର ଓ ଦିଗପହଣ୍ଡିରେ ୨୫୨ ମିଲିମିଟର ବର୍ଷା ହୋଇଛି।

Heavy Rain: Schools Shut Across Parts of Uttar Pradesh