ଆଜିକାଲି ଲୋକମାନେ କେବଳ ପ୍ରେଟିନ ଉପରେ ଧ୍ୟାନ ଦେଉଛନ୍ତି । ହେଲେ କେବଳ ପ୍ରେଟିନ ନୁହେଁ ତା ହସିତ ଫାଇବର ଭିଟାମିନ, ମିନେରାଲ୍ସ ଓ ଅନ୍ୟାନ ପୋଶକ ତତ୍ତ୍ୱ ଖାଇବା ମଧ୍ୟ ଆବଶ୍ୟକ ପଡିଥାଏ । ବିଶେଷଜ୍ଞଙ୍କ ମତରେ ପ୍ରୋଟିନ ସହ ଫଳ , ପନିପରିବା, ଡାଲି ଓ ଶସ୍ୟ ଜାତୀୟକୁ କମାଇବା ଠିକ ନୁହେଁ । ପ୍ରେଟିନ ସହ ଫାଇବର ମଧ୍ୟ ଖାଇବାରେ ସାମିଲ କରନ୍ତୁ । ପ୍ରେଟିନ ସହ ଫାଇବର ଦେଉଥିବା ଖାଇବା ହେଉଛି ଡାଲି, ଛୋଲା, ରାଜମା, ମଟର, ସୋୟା, ବାଦାମ, ମଞ୍ଜି ଓ ସାରା ଶସ୍ୟ ଭଳି ଖାଦ୍ୟ । ସ୍ୱାସ୍ଥ୍ୟ ନିର୍ଦେଶକଙ୍କ ମତରେ ଡାଲି ଓ ଅନ୍ୟାନ୍ୟ ପଲ୍ସ ଫାଇବର ଓ ପ୍ରୋଟିନ୍ର ଭଲ ସ୍ରୋତ । କିନ୍ତୁ ବୟସ୍କକଙ୍କ ପାଇଁ ପ୍ରତ୍ୟେକ ଦିନ ୩୦ଗ୍ରାମ ପ୍ରୋଟିନ ଖାଇବା ଜରୁରି ।ଯଦି ବର୍ତ୍ତମାନ ଖାଦ୍ୟରେ ଫାଇବର କମ୍ ଅଛି, ତେବେ ହଠାତ୍ ପରିମାଣ ବଢ଼ାଇବା ପରିବର୍ତ୍ତେ ଧୀରେ ଧୀରେ ବଢ଼ାଇବା ଭଲ ।
ଖାଦ୍ୟରେ ଫାଇବର କମ୍ ରହିଲେ କୋଷ୍ଠକାଠିନ୍ୟ ଓ ହଜମ ସମସ୍ୟା ହୋଇପାରେ । ଅନ୍ୟପକ୍ଷରେ ପର୍ୟ୍ୟାପ୍ତ ଫାଇବର ନେବା ଭଲ ହଜମ ସ୍ୱାସ୍ଥ୍ୟ ସହ ଜଡ଼ିତ ଏବଂ ହୃଦ୍ରୋଗ, ଟାଇପ୍-୨ ଡାଇବେଟିସ୍ ଓ କିଛି ରୋଗର ଝୁମ୍ପ କମ୍ ହେବା ସହ ସମ୍ପର୍କିତ ।ସନ୍ତୁଳିତ ଖାଦ୍ୟ ପାଇଁ ଭୋଜନରେ ପନିପରିବା, ଫଳ, ଡାଲି କିମ୍ବା ଅନ୍ୟ ପ୍ରୋଟିନ୍ ସ୍ରୋତ ଏବଂ ଅଧିକ ଫାଇବରଯୁକ୍ତ ଖାଦ୍ୟ ସାମିଲ କରିବା ଜରୁରୀ । ଉଦାହରଣ ସ୍ୱରୂପ ଭାତ ସହ ଡାଲି ଓ ପନିପରିବା, କିମ୍ବା ରୁଟି ସହ ଡାଲି/ଛୋଲା ଓ ସାଲାଡ୍ ନେଇପାରିବେ ।