ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକଙ୍କ ସହ ଆଲୋଚନା

 

ଆଜି ହେଉଛି ପବିତ୍ର ଗୁରୁ ଦିବସ । ଗୁରୁ ହେଉଛନ୍ତି ସାକ୍ଷାତ ଈଶ୍ୱର । ଗୁରୁ ଆତ୍ମବିଶ୍ୱାସ ବଢେଇବାର ମାଧ୍ୟମ। ତେବେ ଆଜିର ପବିତ୍ର ଗୁରୁଦିବସ ରେ ବିଶ୍ଵଗୁରୁଙ୍କ ସହ ସାକ୍ଷାତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଏବଂ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ମାନଙ୍କ ସହ ଛାତ୍ରଛାତ୍ରୀ ଙ୍କ ବିକାଶ କୁ ନେଇ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ।ଏହା ସହ ଛାତ୍ରଛାତ୍ରୀ ଆତ୍ମବିଶ୍ୱାସ ଓ ପାଠ ପ୍ରତି କିପରି ମନବୃତ୍ତି କିପରି ବୃଦ୍ଧି ପାଇବ ସେ ନେଇ ଶିକ୍ଷକ ଙ୍କ ସହ ଆଲୋଚନା କରିଥିଲେ ।ଏହା ସହ ବିଭିର୍ଣ୍ଣ ପ୍ରସଙ୍ଗ ରେ ପ୍ରଧାନମନ୍ତ୍ରୀ ଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଶିକ୍ଷକ ।ଏହା ସହ ପ୍ରଧାନମନ୍ତ୍ରୀ ପିଲାଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ମୋବାଇଲ ବ୍ୟବହାର ବ୍ୟାଧି କୁ ଦୂର କରିବା ପାଇଁ ପରାମର୍ଶ ଦେଇଥିଲେ ଏହାସହ ପିଲା ମାନଙ୍କୁ ମୋବାଇଲ , ଭିଡିଓ ଗେମ ଠାରୁ ଦୁରେଇ ପ୍ରାକୃତିକ ପରିବେଶ , ଖେଳ ପଡିଆ , ସୃଜନଶୀଳ କାର୍ଯ୍ୟ ଏବଂ ବିଭିର୍ଣ୍ଣ ପ୍ରାକୃତିକ ପରିବେଶ ସହ ସମୟ ଅତିବାହିତ କରିବାକୁ ପରାମର୍ଶ ଦେଇଥିଲେ ।ଏହା ସହ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ବଢୁଥିବା ନିଶା ସମସ୍ୟା କୁ କିପରି ରୋକା ଯାଇପାରିବ ଏବଂ ଶିକ୍ଷକ ମାନେ  ଏହାକୁ କିପରି  ନିରୀକ୍ଷଣ କରିବେ ସେ ବିଷୟରେ ଆଲୋଚନା କରାଯାଇଥିଲା ।ନିରୀକ୍ଷଣ କରିବା ସହ ଛାତ୍ରଛାତ୍ରୀ ଙ୍କ ମଧ୍ୟ ରେ କୌଣସି ପରିବର୍ତନ ଆସୁଛି ନାଇଁ ସେ ବିଷୟରେ ଅନୁଧ୍ୟାନ କରିବାକୁ ପରାମର୍ଶ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଏହା ମଧ୍ୟ ଆହ୍ୱାନ ଦେଇଛନ୍ତି ଯେ , ଶିକ୍ଷକ ମାନେ ଛାତ୍ରଛାତ୍ରୀ ମାନଙ୍କୁ କେବଳ ପାଠ୍ୟପୁସ୍ତକ ଏବଂ ସିଲାବସ ମଧ୍ୟରେ ସୀମିତ ନ ରଖି ସେମାନଙ୍କୁ ଅନ୍ୟାନ୍ୟ ଦିଗ ଉପରେ ମଧ୍ୟ ଗୁରୁତ୍ୱ ଦେଇ ସେମାନଙ୍କ ଜୀବନ ମଧ୍ୟକୁ ପ୍ରବେଶ କରିବାକୁ ଆହ୍ୱାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ପବ୍ଲିକ ସ୍ପିକିଙ୍ଗ ଏବଂ ଆତ୍ମବିଶ୍ୱାସ ବଢେଇବା ପାଇଁ ଟିପ୍ସ ମଧ୍ୟ ମାଗିଥିଲେ ।ତେବେ ଏହି ଆଲୋଚନା ରେ ଜଣେ ଶିକ୍ଷୟତ୍ରୀ କହିଥିଲେ ଯେ , ସେ ପାଠ୍ୟକ୍ରମ ସହିତ ପିଲାମାନଙ୍କୁ ପରିବେଶ ଶିକ୍ଷା, ପବ୍ଲିକ ସ୍ପିକିଙ୍ଗ  ଏବଂ ମେଣ୍ଟରସିପ ପ୍ରଦାନ କରୁଛନ୍ତି , ଯାହା ଫଳରେ ପିଲାମାନେ ଜାତୀୟ ଓ ଅନ୍ତର୍ଜାତୀୟ ମଞ୍ଚ ରେ ନିଜକୁ ପ୍ରତିପାଦିତ କରିପାରୁଛନ୍ତି ।ସମସ୍ତ ପିଲା ପଢ଼ାରେ ସମାନ ନ ହୋଇପାରନ୍ତି କିନ୍ତୁ ଭଗବାନ ସମସ୍ତଙ୍କୁ କିଛି ନା କିଛି ପ୍ରତିଭା ଦେଇଛନ୍ତି ।ତେବେ ଶିକ୍ଷକ ମାନେ କହିଥିଲେ ଯେ, ପିଲାଙ୍କ ର ସେହି ପ୍ରତିଭା କୁ ଚିହ୍ନଟ କରି ସେମାନଙ୍କୁ ଆଗକୁ ବଢିବାକୁ ପ୍ରେରଣା ଦେବା ।ଏହାସହ ସେହି ଆଲୋଚନା ରେ ଜଣେ ଶିକ୍ଷୟତ୍ରୀ ବ୍ରେଷ୍ଟକ୍ୟାନ୍ସସର ଅଭିଯାନ ରେ ସଚେତନତା ଉପରେ କାମ କରୁଥିବାର କହିଥିଲେ ଏହା ଶୁଣି ମୋଦି ଖୁସି ବ୍ୟକ୍ତକରି କାଶୀରେ ହୋଇଥିବା ବ୍ରେଷ୍ଟ କ୍ୟାନ୍ସର  ଆୱାରନେସ କ୍ୟାମ୍ପ ବିଷୟରେ ନିଜର ଅନୁଭୂତି ବାଣ୍ଟିଥିଲେ ।ଯେଉଁଠାରେ ଗୋଟିଏ ଦିନରେ ସର୍ବାଧିକ ଯାଞ୍ଚ କରି ଗିନିଜ ବୁକ ଅଫୱାର୍ଲଡ  ରେକର୍ଡ ସୃଷ୍ଟି ହୋଇଥିଲା ।ତେବେ ପ୍ରଧାନମନ୍ତ୍ରୀ ଙ୍କ କହିବା ମୁତାବକ ପିଲାଙ୍କ ଭିତରେ ଥିବା ପିଲାଦିନ କୁ ମାରିବାକୁ ନ ଦେଇ ଏହାକୁ ଜୀବିତ ରଖିବା ଉଚିତ ଯେଉଁ କାର୍ଯ୍ୟ ଜଣେ ଶିକ୍ଷକ ସବୁଠାରୁ ଭଲ ଭାବରେ କରିପାରିବେ ।