ମଧ୍ୟ ଆଫ୍ରିକୀୟ ଦେଶ ଡେମୋକ୍ରେଟିକ ରିପବ୍ଲିକ ଅଫ କଙ୍ଗୋ ରେ ଭୟଙ୍କର ହେଲାଣି ଇବୋଲା ।ମେ ମଧ୍ୟ ଭାଗ ରୁ ଆରମ୍ଭ ହୋଇଥିବା ଇବୋଲା ରେ ୬୨୫୦ ମାମଲା ରିପୋର୍ଟ ହୋଇଥିବା ବେଳେ ୩୦୩୯ ଜଣ ଲୋକଙ୍କ ର ମୃତ୍ୟୁ ହୋଇଛି ।ତେବେ ଏହା ପୂର୍ବରୁ କଙ୍ଗୋ ରେ ମଧ୍ୟ ଇବୋଲା ଭାଇରସ ବ୍ୟାପିଥିଲା ।ତେବେ ପୂର୍ବ ଲହର ଅପେକ୍ଷା କଙ୍ଗୋ ରେ ଏଥର ୬ ଗୁଣା ଅଧିକା ମାମଲା ଏବଂ ୫ ଗୁଣା ଅଧିକ ମୃତ୍ୟୁ ରେକର୍ଡ ହୋଇଛି ।ତେବେ ଏପରି ପରିସ୍ଥିତିରେ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଯେ ଏହି ଭାଇରସ ଠାରୁ ରକ୍ଷା ପାଇବା ପାଇଁ ପିଲାଠୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ସତର୍କ ରହିବା ଆବଶ୍ୟକ ।ତେବେ ଆସନ୍ତୁ ଜାଣିବା ଇବୋଲା ସଂକ୍ରମଣ ର ଲକ୍ଷଣ ଏହା କିପରି ବ୍ୟାପିଥାଏ ଏବଂ ଆପଣ ନିଜକୁ କିପରି ସୁରକ୍ଷିତ କିପରି ରଖିପାରିବେ ।
ଇବୋଲା ଲକ୍ଷଣ ଗୁଡିକ ସାଧାରଣତଃ ସଂକ୍ରମଣ ର ୨ ରୁ ୨୧ ଦିନ ଭିତରେ ଦେଖାଯାଏ ।ଅଧିକାଂଶ ସ୍ଥାନରେ ୮ ରୁ ୧୦ ଦିନ ମଧ୍ୟରେ ଲକ୍ଷଣ ଅନୁଭବ କରନ୍ତି ।ସାଧାରଣତଃ ଲକ୍ଷଣ ଗୁଡିକ ହେଲା ଜ୍ୱର ଶରୀର ରେ ଯନ୍ତ୍ରଣା , ଗଣ୍ଠି ଏବଂ ମାଂସପେଶୀ ଯନ୍ତ୍ରଣା ସହ ଥକ୍କାପଣ ଅନୁଭବ କରନ୍ତି ।ଏହି ରୋଗ ଅଧିକ ସଂକ୍ରମିତ ହେଲେ ଝାଡା ବାନ୍ତି ଏବଂ ଶରୀର ଭିତରେ ରକ୍ତସ୍ରାବ ହୁଏ ।ଏହି ରୋଗ ଅସୁସ୍ଥ ବ୍ୟକ୍ତି ଙ୍କ ଲାଳ, ମୂତ୍ର , କଫ ସହିତ ସିଧାସଳଖ ସମ୍ପର୍କ ଦ୍ୱାରା ବ୍ୟାପିଥାଏ ।ଏହି ରୋଗ କୁ ରୋକିବାକୁ ହେଲେ ସଂକ୍ରମିତ ବ୍ୟକ୍ତି ଙ୍କ ପରିସ୍ରା , ଲାଳ, ଝାଳ , ବାନ୍ତି , ମା କ୍ଷୀର ଠାରୁ ଦୁରେଇ ରୁହନ୍ତୁ । ମଣିଷ ବ୍ୟତୀତ ସଂକ୍ରମିତ ଅଂଚଳ ର ବାଦୁଡ଼ି ଵନ୍ୟପ୍ରାଣୀ, ମାଙ୍କଡ ଏବଂ ସିମ୍ପାଜି ପରି ପ୍ରାଣୀ ଙ୍କ ସଂସ୍ପର୍ଶରୁ ମଧ୍ୟ ଦୁରେଇ ରୁହନ୍ତୁ ।