ଲଗାଣ ବର୍ଷାର ପ୍ରଭାବରେ ମହାନଦୀ ଉପରମୁଣ୍ଡରୁ ଜଳପ୍ରବାହ ବୃଦ୍ଧି ସହ ହୀରାକୁଦ ଡ୍ୟାମ୍ ର ଜଳସ୍ତର ଅଧିକ ହୋଇଛି । ପ୍ରତି ସେକେଣ୍ଡରେ ଡ୍ୟାମକୁ ୪,୨୫,୭୪୩ ଜଳ ପ୍ରବେଶ କରୁଛି । ସେପଟେ ୩,୧୩,୧୬୫ କ୍ୟୁସେକ ଜଳ ନିଷ୍କାସନ ମଧ୍ୟ କରାଯାଉଛି । ବର୍ତ୍ତମାନ ସୁଦ୍ଧା ହୀରାକୁଦ ଡ୍ୟାମ୍ ର ୨୨ଟି ଗେଟ୍ ଖୋଲା ରଖାଯାଇ ବନ୍ୟା ଜଳ ନିଷ୍କାସନ ଜାରି ରହିଛି ।

ଅନ୍ୟପଟେ କଟକ ମୁଣ୍ଡଳୀରେ ମହାନଦୀର ଜଳପ୍ରବାହ ବଢି ୭,୧୮,୦୦୦ କ୍ୟୁସେକରେ ପହଞ୍ଚିଛି । ଏଥି ପ୍ରତି ଦୃଷ୍ଟି ଦେଇ ନଦୀକୂଳିଆ ତଳିଆ ସ୍ଥାନରେ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି । ଜଳସମ୍ପଦ ବିଭାଗ ଜଳସ୍ତର ଓ ପ୍ରବାହ ଉପରେ ନିରନ୍ତର ନଜର ରଖାଯାଇଥିବା ସୂଚନା ଦେଇଛି । ମହାନଦୀର ତଳମୁଣ୍ଡ ଜିଲ୍ଲାଗୁଡିକରେ ବନ୍ୟା ପରିସ୍ଥିତି ଉପରେ ପ୍ରଶାସନର ନଜର ରହିଛି । ଏତଦ୍ବ୍ୟତୀତ ଆବଶ୍ୟକସ୍ଥଳେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ ପାଇଁ ବ୍ୟବସ୍ଥା ଜାରି ରହିଛି ।