ନିଆଳୀ ବିଜେଡ଼ିର ବୁଥ୍ ସ୍ତରୀୟ ଏଜେଣ୍ଟ ପ୍ରଶିକ୍ଷଣ ଶିବିର ଏବଂ ସାଙ୍ଗଠନିକ ବୈଠକ ଅନୁଷ୍ଠିତ

ନିଆଳୀ ବିଜେଡ଼ି ପକ୍ଷରୁ ବୁଥ୍ ସ୍ତରୀୟ ଏଜେଣ୍ଟ ପ୍ରଶିକ୍ଷଣ ଶିବିର ଏବଂ ସାଙ୍ଗଠନିକ ବୈଠକ ନୂଆଗାଁ ପ୍ରାଚୀ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ନିଆଳୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଡଃ ପ୍ରମୋଦ ମଲ୍ଲିକ ଯୋଗଦେବା ସହିତ ବୁଥ୍ ସ୍ତରରେ ଦଳ କିପରି ମଜବୁତ ହେବ ଏବଂ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡି ସମର୍ଥୀତ ସରପଞ୍ଚ ଏବଂ ସମିତି ସଭ୍ୟ ମାନେ ବହୁ ମାତ୍ରାରେ ବିଜୟ ଲାଭ କରିବେ ସେ ସମ୍ପର୍କରେ ଦଳୀୟ କର୍ମୀ ମାନଙ୍କୁ ଗୁରୁମନ୍ତ୍ର ଦେଇଥିବା ଦେଖିବାକୁ ମିଳିଛି ।

ପରେ ପରେ ନୂଆ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ରେ ନୂତନ ଭୋଟର ମାନଙ୍କୁ ତାଲିକା ଭୁକ୍ତ କରି କିପରି ନିର୍ଭୁଲ ଭାବରେ ଭୋଟର ଲିଷ୍ଟ ରେ ସମସ୍ତଙ୍କ ନାମ ଯୋଡ଼ା ଜାଇ ପାରିବ ସେ ଦିଗରେ କର୍ମୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା !