ବିଦେଶରେ ଅସମୟରେ ରଥଯାତ୍ରା କାହିଁକି? ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ଗଜପତି

ଇସ୍କନର ଅଦିନିଆ ରଥଯାତ୍ରା, କ୍ଷୋଭ ପ୍ରକାଶ କଲେ ଗଜପତି ମହାରାଜ । ବାରମ୍ବାର ବାରଣ ସ୍ବତ୍ତେ ବି ଅମାନିଆ ଭାବେ ବିଦେଶରେ ହେଉଛି ରଥଯାତ୍ରା । ଯାହାକୁ ନେଇ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଗଡପିତ ମହାରାଜ । ପୁରୀ ଶ୍ରୀମନ୍ଦିରର ଶାସ୍ତ୍ରୀୟ ନୀତି ଅନୁସାରେ, ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ହିଁ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ମାତ୍ର ଇସ୍କନ ପକ୍ଷରୁ ନିଜ ସୁବିଧା ଅନୁଯାୟୀ ବିଭିନ୍ନ ଦେଶରେ (ଯେପରିକି କାନାଡା, ଆମେରିକା, ୟୁରୋପ ଓ ଅଷ୍ଟ୍ରେଲିଆ) ଭିନ୍ନ ଭିନ୍ନ ସମୟରେ ରଥଯାତ୍ରା କରାଯାଉଛି, ଯାହା ଶ୍ରୀଜଗନ୍ନାଥ ସଂସ୍କୃତିର ମୂଳ ବିଧାନର ବିରୁଦ୍ଧାଚରଣ କରୁଛି। ବିଦେଶରେ ଏଭଳି ଅସମୟରେ ରଥଯାତ୍ରା ଆୟୋଜନ ହେବା ଦ୍ୱାରା ସାରା ବିଶ୍ୱରେ ଥିବା କୋଟି କୋଟି ଜଗନ୍ନାଥ ପ୍ରେମୀ ଓ ଓଡ଼ିଆଙ୍କ ଧାର୍ମିକ ଭାବନାକୁ ଗଭୀର ଆଘାତ ପହଞ୍ଚୁଛି।

Jagannath Rath Yatra in US 2025: Locations where the chariot festival is held | - Times of India

ଗଜପତି ମହାରାଜାଙ୍କ ଏହି ଚିଠି ପରେ ଏବେ ସାରା ଓଡ଼ିଶା ତଥା ଜଗନ୍ନାଥ ସଂସ୍କୃତି ବିଶେଷଜ୍ଞଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। ପୂର୍ବରୁ ମଧ୍ୟ ଅନେକ ବାର ଇସ୍କନର ଏହି ‘ଅଦିନିଆ ରଥଯାତ୍ରା’କୁ ନେଇ ଓଡ଼ିଶାରେ ତୀବ୍ର ବିରୋଧ କରାଯାଇଛି। ତେବେ ଏଥର ସିଧାସଳଖ ଦେଶର ସର୍ବୋଚ୍ଚ ନେତୃତ୍ୱଙ୍କ ନିକଟରେ ଅଭିଯୋଗ ହୋଇଥିବାରୁ, କେନ୍ଦ୍ର ସରକାର କିମ୍ବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ପ୍ରସଙ୍ଗରେ କି ପ୍ରକାର ପଦକ୍ଷେପ ନିଆଯାଉଛି ଏବଂ ଇସ୍କନ ଏହା ଉପରେ କି ଜବାବ ରଖୁଛି, ତାହା ଦେଖିବାକୁ ବାକି ରହିଲା।