କଳାହାଣ୍ଡି ଜିଲ୍ଲାରେ ରେଳ ସେବାର ସମ୍ପ୍ରସାରଣ ହେବ !

ନିକଟରେ ରାଜ୍ୟସଭାକୁ ମନୋନୀତ ହୋଇଥିବା ସାଂସଦ ସୁଜିତ କୁମାର ଆଜି ମାନ୍ୟବର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟି ଓଡ଼ିଶାରେ ରେଳ ଭିତ୍ତିଭୂମିର ପରିବର୍ତ୍ତନ ପାଇଁ ଏକ ବ୍ୟାପକ ଯୋଜନା ଦାଖଲ କରିଛନ୍ତି । ଏବଂ ଅବିଭକ୍ତ କୋରାପୁଟ ଜିଲ୍ଲାରେ ପ୍ରାଥମିକତା ରେଳ ପ୍ରକଳ୍ପ ବିଷୟରେ ଆଲୋଚନା କରିଛନ୍ତି । ଏହି ସାକ୍ଷାତକାରରେ ଓଡ଼ିଶାର, ବିଶେଷ କରି କଳାହାଣ୍ଡି ଜିଲ୍ଲାର ବିଭିନ୍ନ ରେଳ ଭିତ୍ତିଭୂମି ବିକାଶ ଓ ପ୍ରକଳ୍ପ ସମ୍ପର୍କରେ ଆଲୋଚନା ହୋଇଥିବା ସୂଚନା ମିଳିଛି । ନୂତନ ସର୍ଭେ ମଞ୍ଜୁରୀ ଏବଂ ଭିତ୍ତିଭୂମି ଉନ୍ନତି ପାଇଁ ପ୍ରସ୍ତାବ ଦେବା ସହିତ, ଆଞ୍ଚଳିକ ସଂଯୋଗକୁ ସୁଦୃଢ଼ ​​କରିବା ଏବଂ ରେଳ ସେବାର ସମ୍ପ୍ରସାରଣ ଉପରେ ଗୁରୁତ୍ୱାରୋପ କରିଛନ୍ତି । ମୁଖ୍ୟତଃ ଲୋକଙ୍କ ଆବଶ୍ୟକତା ଏବଂ ଅଞ୍ଚଳର ବିକାଶ ପାଇଁ ଆକାଂକ୍ଷୀ ଜିଲ୍ଲାଗୁଡ଼ିକର ପୂର୍ଣ୍ଣ ଆର୍ଥିକ ସମ୍ଭାବନାକୁ ଉନ୍ମୁକ୍ତ କରିବା ବିଷୟରେ ଆଲୋଚନା କରିଥିଲେ ସାଂସଦ ।