ରାଜଧାନୀର ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ XIM University ର ୧୨ତମ ପୋଷ୍ଟ ଗ୍ରାଜୁଏଟ୍ କନଭୋକେସନ୍ ଅନୁଷ୍ଠିତ ହୋଇଛି । ଏହି କନଭୋକେସନ୍ ଅବସରରେ ବିଭିନ୍ନ ବିଭାଗର ଶତାଧିକ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଥିଲା । ବିଶେଷ କରି ଏମ୍ବିଏ, ମ୍ୟାନେଜମେଣ୍ଟ, ହ୍ୟୁମାନ୍ ରିସୋର୍ସ, ଲ ଓ ଇକନୋମିକ୍ସ ବିଭାଗର ଛାତ୍ରଛାତ୍ରୀ ଏଥିରେ ସମ୍ମାନିତ ହୋଇଥିଲେ । ମୋଟ ୬୦ରୁ ଅଧିକ ଡକ୍ଟରାଲ୍ ଓ ୮୦୦ରୁ ଅଧିକ ପୋଷ୍ଟଗ୍ରାଜୁଏଟ୍ ଡିଗ୍ରୀ ପ୍ରଦାନ କରାଯାଇଥିବା ସୂଚନା ମିଳିଛି ।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ପ୍ରସିଦ୍ଧ ଶିଳ୍ପପତି ନିଖିଲ ଶାୱନିଙ୍କୁ ବିଜନେସ୍ ମ୍ୟାନେଜମେଣ୍ଟ୍ କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ଗୌରବ ସୂଚକ ଡକ୍ଟରେଟ୍ (Honorary Doctorate) ପ୍ରଦାନ କରାଯାଇଥିଲା । ସମାରୋହରେ ବିଶ୍ୱବିଦ୍ୟାଳୟର ଚାନ୍ସେଲର୍, ରେଜିଷ୍ଟ୍ରାର୍, ଡିନ୍ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ଡିନ୍ ତାଙ୍କର ଉଦ୍ବୋଧନରେ ବିଶ୍ୱବିଦ୍ୟାଳୟର ସଫଳତା ଓ ଭବିଷ୍ୟତ ଯୋଜନା ବିଷୟରେ ଉଲ୍ଲେଖ କରିଥିଲେ । ନବ ଚିନ୍ତାଧାରା ଓ ପେଶାଦାରୀ କୌଶଳ ସହିତ ସମାଜ ଗଠନରେ ଯୁବମାନଙ୍କୁ ଆଗକୁ ଆସିବାକୁ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଶେଷରେ ଏହି କନଭୋକେସନ୍ ସମାରୋହ ଭବିଷ୍ୟତରେ ଛାତ୍ରଛାତ୍ରୀମାନଙ୍କୁ ନୂତନ ଦିଗରେ ଆଗେଇ ନେବାରେ ଏକ ମାଇଲ୍ସ୍ଟୋନ୍ ସାବ୍ୟସ୍ତ ହେବ ବୋଲି କୁହାଯାଇଛି ।
