ଦିଲ୍ଲୀ ବିମାନ ବନ୍ଦରରେ ଟଳିଗଲା ବଡ ବିମାନ ଦୁର୍ଘଟଣା ।

ନିକଟ ଅତୀତରେ ଅନେକ ବିମାନ ଦୁର୍ଘଟଣା ଘଟିଛି ଯାହର ଭୟାବହ ଚିତ୍ର ଆମ ମନରୁ ଲିଭି ନଥିବାବେଳେ ଆଜି ପୁଣି ଥରେ ଦୁଇ ବିମାନ ମଧ୍ୟରେ ଦୁର୍ଘଟଣା ଘଟିଛି । ସୌଭାଗ୍ୟ ବସତଃ ଏହି ବିମାନ ଦର୍ଘଟଣାରେ କାହାରି କୌଣସି ପ୍ରକାର ହାନି ଘଟିନି । ଯାହାଫଳରେ ଦିଲ୍ଲୀ ବିମାନ ବନ୍ଦରରେ ଟଳି ଯାଇଛି ଏକ ବଡ ଦୁର୍ଘଟଣା । ସୂଚନା ଅନୁଯାୟୀ ଦୁଇ ବିମାନ ରନ୍‌ୱେରେ ଥିବାବେଳେ ପରସ୍ପର ମଧ୍ୟରେ ଧକ୍କା ହୋଇଛି ଅକାଶା ବିମାନକୁ ଧକ୍କା ଦେଲା ସ୍ପାଇସଜେଟ୍ ବିମାନ । ଦୁଇଟି ବିମାନର ୱିଙ୍ଗ୍ କ୍ଷତିଗ୍ରସ୍ତ ସୂଚନା ରହିଛି । ତେବେ ଦୁର୍ଘଟଣା ପରେ ବିମାନରେ ରହିଥିବା ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇଛି ।

Major Mishap Averted At Delhi Airport As SpiceJet Aircraft Collides With  Akasa Air Jet

ତେବେ ଆକାଶା ଏୟାର ବିମାନଟି(QP ୧୪୦୬) ଦିଲ୍ଲୀରୁ ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରିବାକୁ ପ୍ରସ୍ତୁତ ହୋଇ ରହିଥିବାବେଳେ ଅନ୍ୟପଟେ ସ୍ପାଇସଜେଟର ଏକ ବିମାନ (B୭୩୭-୭୦୦) ଲେହରୁ ଆସି ପହଞ୍ଚିଥିଲା। ସେହି କ୍ଷଣରେ ଅକାଶା ବିମାନକୁ ଧକ୍କା ଦେଇଥିଲା ସ୍ପାଇସଜେଟ୍ । ଏହି ଧକ୍କାରେ, ସ୍ପାଇସଜେଟ୍ ବିମାନର ଡାହାଣ-ୱିଙ୍ଗଲେଟ୍ କ୍ଷତିଗ୍ରସ୍ତ ହୋଇଛି। ଏହା ସହିତ, ଆକାଶା ଏୟାର ବିମାନର ବାମ ପାର୍ଶ୍ୱର ହରିଜୋଣ୍ଟାଲ ଷ୍ଟାବିଲାଇଜର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏହି ଘଟଣା ପରେ, ସ୍ପାଇସଜେଟ୍ ବିମାନକୁ ବର୍ତ୍ତମାନ ଦିଲ୍ଲୀ ବିମାନବନ୍ଦରରେ ଗ୍ରାଉଣ୍ଡ କରାଯାଇଛି ।

Akasa Plane Was Stationary, SpiceJet Aircraft Made Contact At Delhi Airport:  What We Know
ଅନ୍ୟ ଏୟାରଲାଇନ୍ସର କ୍ଷତିଗ୍ରସ୍ତ ବିମାନକୁ ମଧ୍ୟ ସେବାରୁ ବାହାର କରିଦିଆଯାଇଛି । ଆକାଶା ଏୟାରର ଜଣେ ମୁଖପାତ୍ର କହିଛନ୍ତି, ପ୍ରାଥମିକ ସୂଚନା ଅନୁଯାୟୀ, ଅନ୍ୟ ଏକ ଏୟାରଲାଇନ୍ସର ଏକ ବିମାନ ଧକ୍କା ଦେବା ସମୟରେ ଆକାଶା ବିମାନ ସ୍ଥିର ଥିଲା। ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବରେ ବିମାନରୁ ଓହ୍ଲାଇ ଦିଆଯାଇଛି। ଆମର ଗ୍ରାଉଣ୍ଡ ଟିମ୍ ଯଥାଶୀଘ୍ର ଯାତ୍ରୀମାନଙ୍କୁ ହାଇଦ୍ରାବାଦକୁ ପରିବହନ କରିବା ପାଇଁ ବିକଳ୍ପ ବ୍ୟବସ୍ଥା କରୁଛନ୍ତି।” ସବୁଠାରୁ ବଡ କଥା ହେଉଚି ନିକଟରେ ଅନେକ ବିମାନ ଦୁର୍ଘଟଣା ଘଟିଛି ଯେଉଁଥିରେ ଶହ ଶହ ପ୍ରାଣହାନୀ ଘଟିଛି ଯାହା ଆମ ମନରୁ ଲିଭନି ଠିକ୍ ସେତିକି ବେଳେ ଏଭଳି ଦୁର୍ଘଟଣା ଅନେକଙ୍କ ମନରେ ଭୟ ସୃଷ୍ଟି କରିଛି ।