ତାଳଚେର ଦେଉଳବେଡାରେ ମା ତାରିଣୀଙ୍କ ବାର୍ଷିକ ଉତ୍ସବ

ତାଳଚେର ଦେଉଳବେଡା ଗ୍ରାମର କଳ୍ପଘର ପ୍ରାଙ୍ଗଣରେ ପ୍ରତିବର୍ଷ ଭଳି ଏବର୍ଷ ମା ତାରିଣୀ ଙ୍କ ଉଦେଶ୍ୟରେ ନାମଯଜ୍ଞ ମହାଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ତାଳଚେର ଜଗନ୍ନାଥ ମନ୍ଦିର ସମ୍ମୁଖ ବୋହି ଯାଇଥିବା ଚିରୋସ୍ରୋତା ବ୍ରାହ୍ମଣୀ ନଦୀରୁ ଗ୍ରାମର ଶତାଧିକ ମହିଳା ଓ ପୁରୁଷମାନେ କଳସରେ ଜଳ ଆଣି ଯଜ୍ଞମଣ୍ଡପ ଠାରେ ପଂହଚି  କଳସ ସ୍ଥାପନ କରିବା ପରେ ମା ତାରିଣୀଙ୍କ ପୂଜାର୍ଚ୍ଚନା ପ୍ରାରମ୍ଭ କରାଯାଇଥିଲା। ମାଙ୍କ ଆସ୍ଥାନକୁ ସୁସଜ୍ଜିତ କରାଯାଇ ମାଙ୍କୁ ଆବାହନ କରି ଯଜ୍ଞ କାର୍ଯ୍ୟ ଆରମ୍ଭ କରି ଗ୍ରାମର କୀର୍ତ୍ତନ ମଣ୍ଡଳୀ ଦ୍ୱାରା ଭଜନ ଗାନ କରାଯିବା ଫଳରେ ଗ୍ରାମଟି ଏକ ଆଧ୍ୟାତ୍ମିକ ପରିବେଶରେ ଗୁଞ୍ଜରିତ ହୋଇ ଉଠିଥିଲା ।

ଏହି ଉତ୍ସବ କର୍ମକ୍ଳାନ୍ତ ଶରୀରର ଲାଘବ ପାଇଁ ମଣିଷ ଅବସର ଲୋଡ଼ା ଦିନକ ପାଇଁ ହେଉ ସମ୍ପୂର୍ଣ୍ଣ ଜଞ୍ଜାଳକୁ ଭୂଲିଯାଇ ଜୀବନକୁ ସରସ ସୁନ୍ଦରକରି ଉପଭୋଗ କରିବାକୁ ଭକ୍ତମାନେ ଏହି ଉତ୍ସବରେ ନିଜକୁ ହଜାଇ ଦେଇଥିଲେ । ଉତ୍ସବରେ ଝାଞ୍ଜ, ମୃଦଙ୍ଗ, ଖୋଳତାଳ, ଶଙ୍କ, ହୁଳହୁଳି, ଧୂପ, ଦୀପ, ନୈବେଦ୍ୟ ବାସ ହେବାସହ ସଂର୍କୀର୍ତନରେ ଗ୍ରାମର ଚର୍ତୁପାଶ୍ୱର୍ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଅନ୍ୟ ଅଂଚଳରୁ ମହିଳା ଓ ପୁରୁଷ ସଂକୀର୍ତନ ମଣ୍ଡଳୀ ସେମାନଙ୍କର ନିଜ ନିଜର ଶୈଳୀରେ ଭଂଜନ ଗାନ କରି ଏହି ଉତ୍ସବକୁ ଅଧିକ ସରସ ସୁନ୍ଦର କରିପାରିଥିଲେ । ଏବଂ ଏହାର ଅନ୍ତିମରେ ପୂଜା ସମାପନ ହେବାପରେ ନଗର କୀର୍ତନ କରାଯିବା ସହ ଅନ୍ନପ୍ରସାଦ ସେବନ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଥିଲା ।