ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ସରଗରମ ହୋଇଛି ରାଜନୀତି । କେବଳ କଂଗ୍ରେସରୁ ନୁହେଁ, ବିଜେଡିରୁ ବି ହୋଇଛି କ୍ରସ ଭୋଟିଂ । ରାଜ୍ୟସଭା ନିର୍ବଚନରେ ମୋଟ ୧୧ ବିଧାୟକଙ୍କ କ୍ରସ୍ ଭୋଟିଂ ହୋଇଥିବା ଜଣାଯାଇଛି ।
ପିସିସି ସଭାପତି ଭକ୍ତ ଦାସ ସ୍ପଷ୍ଟ କରିଛନ୍ତି କଂଗ୍ରେସର ୩ ଜଣ ବିଧାୟକ କ୍ରସ ଭୋଟିଂ କରିଛନ୍ତି । ସେମାନେ ହେଲେ ଦାଶରଥୀ ଗମାଙ୍ଗ, ସୋଫିଆ ଫିର୍ଦ୍ଦୋଷ ଓ ରମେଶ ଜେନା । ସେହିପରି ବିଜେଡିର ୭ ବିଧାୟକଙ୍କ କ୍ରସ୍ ଭୋଟିଂ ହୋଇଛି । ବିଜେଡିରୁ ଚକ୍ରମଣି କଅଁର, ସୌଭିକ ବିଶ୍ୱାଳ, ରମାକାନ୍ତ ଭୋଇ, ଦେବୀ ରଞ୍ଜନ ତ୍ରିପାଠୀ, ନବ କିଶୋର ମଲ୍ଲିକ ଏବଂ ସୁବାସିନୀ ଜେନା କ୍ରସ୍ ଭୋଟିଂ କରିଥିବା ସୂଚନା ରହଛି । ଏହା ବାଦ୍ ବିଜେଡିରୁ ନିଲମ୍ବିତ ହୋଇଥିବା ବିଧାୟକ ସନା ମହାକୁଡ ଓ ଅରବିନ୍ଦ ମହାପାତ୍ର ମଧ୍ୟ କ୍ରସ୍ ଭୋଟିଂ କରିଥିବା ସୂଚନା ମିଳିଛି ।