ପୁଷ୍ପା ଷ୍ଟାଇଲରେ ଆତଙ୍କ ସୃଷ୍ଟି କରିବା ପଡିଲା ମହାଙ୍ଗା

ପୁଷ୍ପା ଷ୍ଟାଇଲରେ ଆତଙ୍କ ସୃଷ୍ଟି କରିବା ସହ ଦାଦାଗିରି ଦେଖାଇବା ପଡିଲା ମହାଙ୍ଗା । ଜଣେ ମହିଳା ସମେତ ୪ ଜଣଙ୍କୁ ଗିରଫ କରିଲା ପୋଲିସ । କିଛିଦିନ ତଳେ ଜଣେ ଆଇନଜିବିଙ୍କୁ ଆକ୍ରମଣ ଓ ଗୌତମ ନଗର କଦଳୀ ଗୋଦାମ ଅଞ୍ଚଳରେ ଖଣ୍ଡା ବୁଲାଇ ଆତଙ୍କ ସୃଷ୍ଟି କରି ଜଣେ ଓକିଲ ଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ପୁଷ୍ପା ଗ୍ୟାଙ୍ଗ କୁ ଗିରଫ କଲା ପୋଲିସ । ସିସିଟିଭି ରୁ ଅଭିଯୁକ୍ତ ମାନଙ୍କୁ ଚିହ୍ନିଟ କରି ବାନ୍ଧିଲା ବଡଗଡ଼ ପୋଲିସ । କିଛି ଦିନ ଧରି ରାମ ଲୁ ନାମକ ବ୍ୟକ୍ତି ଭାଇଗିରି ଦେଖାଇ ବଡଗଡ ଓ ଲକ୍ଷ୍ମୀସାଗର ଥାନା ଅଧୀନରେ ଆତଙ୍କ ସୃଷ୍ଟି କରିଥିଲେ । ଗିରଫ ହୋଇଥିବା ବ୍ୟକ୍ତିଙ୍କ ନାମ ହେଲା ସଂଗ୍ରାମ, ପ୍ରତ୍ୟୁଷ, ଆଦିତ୍ୟ । ତେବେ ଘଟଣାର ମୁଖ୍ୟ ଅଭିଯୁକ୍ତ ରାମ ଲୁ ଓରଫ ପୁଷ୍ପା ଫେରାର୍ ଥିବା ବେଳେ ତାର ୪ ସହଯୋଗୀଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।