ଭୁବନେଶ୍ଵର: ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି। ବାୟୁ ପ୍ରଦୂଷଣ ରୋକିବା ପାଇଁ ପୂର୍ବରୁ ଲାଗୁ କରାଯାଇଥିବା କାଠ ଓ କୋଇଲା ଚୁଲା ବ୍ୟବହାର ଉପରେ ଥିବା କଟକଣାକୁ ହଟାଇବାକୁ ବିଏମସି ଚିନ୍ତା କରୁଛି। ଏନେଇ ବିଏମସି ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁସାରେ, ଏହି ବିଷୟରେ ଆଜି ସନ୍ଧ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ।
ଉକ୍ତ ବୈଠକରେ ଏହି କଟକଣାକୁ ହଟାଇବା କିମ୍ବା ଜାରି ରଖିବା ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ମେୟର କହିଛନ୍ତି। ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ବିଏମସି ପୂର୍ବରୁ ସହରରେ କାଠ ଓ କୋଇଲା ଚୁଲା ବ୍ୟବହାର ଉପରେ ନିଷେଧାଜ୍ଞା ଲାଗୁ କରିଥିଲା। ତେବେ ବ୍ୟବସାୟୀ ଓ ସାଧାରଣ ଲୋକଙ୍କ ଅନୁରୋଧକୁ ଧ୍ୟାନରେ ରଖି ଏହାକୁ ପୁନଃବିଚାର କରାଯାଉଥିବା ଜଣାପଡ଼ିଛି। ଆଜିର ବୈଠକ ପରେ ଏନେଇ ସ୍ପଷ୍ଟ ନିଷ୍ପତ୍ତି ସାମ୍ନାକୁ ଆସିବ।