ହାଇକୋର୍ଟରୁ ଗୋଲକ ପ୍ରସାଦ ମହାପାତ୍ରଙ୍କୁ ମିଳିଲା ଆଶ୍ବସ୍ତି

ରାଜ୍ୟ ଭାରତୀୟ ଜନତା ପାର୍ଟିର ଗୋଲକ ପ୍ରସାଦ ମହାପାତ୍ରଙ୍କୁ ମିଳିଲା ଆଶ୍ବସ୍ତି । ତାଙ୍କ ବିରୋଧରେ ହାଇକୋର୍ଟରେ  ବିଚାରାଧୀନ ଥିବା କୋଇଲା ବଣ୍ଟନରେ ବ୍ୟାପକ ଅନିୟମିତତା ଅଭିଯୋଗ ସଂପର୍କିତ ଭିଜିଲାନ୍ସ ମାମଲା ରଦ୍ଦ ହୋଇଛି  । ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରନ ଆବେଦନର ଶୁଣାଣି କରି ରାୟ ପ୍ରଦାନ କରିଛନ୍ତି ।

ଓଡ଼ିଶା କଞ୍ଜ୍ୟୁମର୍ସ କୋଅପରେଟିଭ ଫେଡେରେସନ ଲିମିଟେଡ୍‌ (ଓସିସିଏଫ) ସଭାପତି ଭାବେ ଗୋଲକ ପ୍ରସାଦ କାର୍ଯ୍ୟ କରୁଥିବା ବେଳେ ୨୦୧୦ରେ ଭିଜିଲାନ୍ସ ଏହି ମାମଲା ରୁଜୁ କରିଥିଲା । ୨୦୦୮-୧୦ ବର୍ଷରେ ଓସିସିଏଫ ପକ୍ଷରୁ କୋଇଲା ବଣ୍ଟନ କ୍ଷେତ୍ରରେ ବ୍ୟାପକ ଅନିୟମିତତା ନେଇ ଅଭିଯୋଗ ହୋଇଥିଲା । MSME ପାଇଁ ଥିବା କୋଇଲା ଓସିସିଏଫ ବିକ୍ରି କରିବା ବେଳେ ବ୍ୟାପକ ଆର୍ଥିକ ଅନିୟମିତା ନେଇ ଅଭିଯୋଗ ହୋଇଥିଲା । ଏ ନେଇ ଭୁବନେଶ୍ବର ଭିଜିଲାନ୍ସ ସେଲ ପକ୍ଷରୁ ମାମଲା କରାଯାଇଥିଲା । ୨୦୧୩‌ରେ ଭିଜିଲାନ୍ସ ଅଦାଲତରେ ଚାର୍ଜସିଟ ଦାଖଲ ହୋଇଥିବା ବେଳେ ୨୦୨୨ ମାମଲାରେ ଚାର୍ଜଫ୍ରେମ ହୋଇଥିଲା ।