ଭାରତ-ଆମେରିକା ବାଣିଜ୍ୟିକ ଚୁକ୍ତିରୁ ଓଡିଶାକୁ ଫାଇଦା

ଭାରତ-ଆମେରିକା ବାଣିଜ୍ୟିକ ଚୁକ୍ତିରୁ ଓଡିଶାକୁ ଫାଇଦା । ଏନେଇ ନିଜ ସୋସିଆଲ ମିଡ଼ିଆ ଏକ୍ସ ରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି ଶୁଳ୍କ କୋହଳ ହେବା କାରଣରୁ ରପ୍ତାନି ସହଜ ହେବ । ଓଡ଼ିଶାର ସାମୁଦ୍ରିକ ଖାଦ୍ୟ ଅର୍ଥ ନୀତିକୁ ଦେବ ନୂଆ ପରିଚୟ । ‘ବ୍ଲୁ-ଇକୋନୋମି’ର ପ୍ରମୁଖ କେନ୍ଦ୍ର ହେବ ଓଡିଶା । ବିଶ୍ୱ ବଜାରରେ ଓଡ଼ିଶାର ସାମୁଦ୍ରିକ ଖାଦ୍ୟର ବଢିବ ଚାହିଦା । ଚିଙ୍ଗୁଡ଼ି, କଙ୍କଡା ଆଦି ସାମୁଦ୍ରିକ ଖାଦ୍ୟର ଚାହିଦା ବୃଦ୍ଧି ପାଇବ । ଫଳରେ ଉପକୂଳବର୍ତ୍ତୀ ମତ୍ସ୍ୟଜୀବୀ ଓ ଚାଷୀଙ୍କ ଆୟ ବଢିବ ଲ ସେହିପରି ଓଡ଼ିଶାର ପୋଷାକ ଶିଳ୍ପରେ ମଧ୍ୟ ଚାହିଦା ବଢିବ । ସମ୍ବଲପୁରୀ ହେଉ କିମ୍ବା ଆଧୁନିକ ରେଡ଼ିମେଡ଼ ଶୁଳ୍କ କୋହଳ ହେବା କାରଣରୁ ଆମେରିକା ବଜାରରେ ପ୍ରବେଶ ସହଜ ହେବ । ବିଶ୍ୱ ବଜାରରେ ଓଡ଼ିଶାର ପାରମ୍ପରିକ ପୋଷାକ ଏକ ଟ୍ରେଣ୍ଡ ସୃଷ୍ଟି କରିବ । ବୁଣାକାର ଓ ହସ୍ତତନ୍ତ ଶିଳ୍ପୀଙ୍କ ପାଇଁ ନୂଆ ପଥ ଉନ୍ମୁକ୍ତ ହେବ ।

Narendra Modi and U.S.–India Relations | Carnegie Endowment for  International Peace