ଭୁବନେଶ୍ଵର: ସରକାରୀ ମେଡିକାଲ କଲେଜରେ ଆଉ ୫୦୨ ପିଜି ସିଟ୍ ବୃଦ୍ଧି ଯୋଜନା । ଆଗାମୀ ୨ ବର୍ଷ ମଧ୍ୟରେ PG ସିଟ୍ ବଢ଼ାଇବାକୁ ସରକାରଙ୍କ ଯୋଜନା । ରାଜ୍ୟର ୧୨ ମେଡିକାଲ କଲେଜକୁ ଚିଠି ଲେଖିଲେ DMET । ଭିତ୍ତିଭୂମି ପ୍ରସ୍ତୁତି ଆରମ୍ଭ ଲାଗି ଚିଠିରେ DMETଙ୍କ ନିର୍ଦ୍ଦେଶ ।

ସରକାରୀ ମେଡିକାଲ କଲେଜରେ ଆଉ ୫୦୨ ପିଜି ସିଟ୍ ବୃଦ୍ଧି ଯୋଜନା ହୋଇଛି । ଆଗାମୀ ୨ ବର୍ଷ ମଧ୍ୟରେ PG ସିଟ୍ ବଢ଼ାଇବାକୁ ସରକାର ଯୋଜନା କରିଛନ୍ତି । ରାଜ୍ୟର ୧୨ ମେଡିକାଲ କଲେଜକୁ ଚିଠି ଲେଖିଛନ୍ତି DMET । ଭିତ୍ତିଭୂମି ପ୍ରସ୍ତୁତି ଆରମ୍ଭ ଲାଗି ଚିଠିରେ DMETଙ୍କ ନିର୍ଦ୍ଦେଶ ରହିଛି । ତେବେ କହିରଖୁଛୁ ଯେ, ଫୁଲବାଣୀ ମେଡିକାଲ କଲେଜରେ ସର୍ବାଧିକ ୭୬ ସିଟ୍ ବଢ଼ିପାରେ । କୋରାପୁଟରେ ୭୫ ଓ ଯାଜପୁରରେ ୭୦ ଡାକ୍ତରୀ ପିଜି ସିଟ୍ ବଢ଼ିପାରେ ବୋଲି ଆଶା କରାଯାଉଛି ।