ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଦିନିକିଆ ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ଟିମ। ଦଳରେ ସାମିଲ ହେଲେ ଅନେକ ବିସ୍ଫୋରକ ବ୍ଯାଟ୍ସମ୍ଯାନ ଓ ବୋଲର। ଜାଣନ୍ତୁ ଟିମରେ ମିଳିଛି କେଉଁ ଖେଳାଳିଙ୍କୁ ସ୍ଥାନ।ନ୍ୟୁଜିଲାଣ୍ଡ ବିପକ୍ଷରେ ତିନୋଟି ଦିନିକିଆ ମ୍ଯାଚ ଖେଳିବ ଭାରତ। ଏଥିପାଇଁ ଆଜି ଭାରତୀୟ ଟିମରେ କେଉଁ କେଉଁ ମାନେ ରହିବେ ସେମାନଙ୍କ ନାମ ଘୋଷଣା ହୋଇସାରିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନିୟମିତ ଅଧିନାୟକ ଶୁଭମନ ଗିଲ ଦଳକୁ ଫେରିଛନ୍ତି। ଆଘାତ ଯୋଗୁଁ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରୁ ବଞ୍ଚିତ ହୋଇଥିଲେ। ସେତେବେଳେ କେଏଲ ରାହୁଲ ଅଧିନାୟକତ୍ୱ ଦାୟିତ୍ୱ ନେଇଥିଲେ। ତଥାପି, ସେ ଏବେ ସୁସ୍ଥ ହୋଇ ଦଳରେ ଫେରିଛନ୍ତି। ସେ ଏହି ସିରିଜରେ ଟିମ୍ ଇଣ୍ଡିଆର ଅଧିନାୟକତ୍ୱ କରିବେ।ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ରିଷଭ ପନ୍ତ ଏବଂ ଶ୍ରେୟସ ଆୟରଙ୍କ ଭଳି ଖେଳାଳିଙ୍କୁ ସାମିଲ କରାଯାଇଛି। ତଥାପି, ଶ୍ରେୟସ ଆୟରଙ୍କ ଉପଲବ୍ଧତା ତାଙ୍କ ଫିଟନେସ୍ ଉପରେ ନିର୍ଭର କରିବ। ତାଙ୍କୁ ଏପର୍ଯ୍ୟନ୍ତ ବିସିସିଆଇର ସେଣ୍ଟର ଅଫ୍ ଏକ୍ସଲେନ୍ସରୁ ଫିଟନେସ୍ ପ୍ରମାଣପତ୍ର ମିଳିନାହିଁ। ତଥାପି, ଆଶା କରାଯାଉଛି ଯେ ସେ ଦିନିକିଆ ସିରିଜ ପୂର୍ବରୁ ସମ୍ପୂର୍ଣ୍ଣ ଫିଟ୍ ହୋଇଯିବେ ଓ ଟିମକୁ ଫେରିବେ।

ନ୍ୟୁଜିଲାଣ୍ଡ ବିପକ୍ଷ ODI ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ସ୍କ୍ବାଡ: ଶୁଭମାନ ଗିଲ (C), ରୋହିତ ଶର୍ମା, ବିରାଟ କୋହଲି, କେ.ଏଲ୍ ରାହୁଲ (WK), ଶ୍ରେୟସ୍ ଆୟର୍ (VC) , ୱାଶିଂଟନ୍ ସୁନ୍ଦର, ରବିନ୍ଦ୍ର ଜାଡେଜା, ମହମ୍ମଦ ସିରାଜ, ହର୍ଷିତ ରାଣା, ପ୍ରସିଦ୍ଧ କ୍ରିଷ୍ଣା, କୁଲଦୀପ ଯାଦବ,ରିଷଭ ପନ୍ଥ (WK),ଯଶଶ୍ବୀ ଜୟସୱାଲ

କେବେ ଠାରୁ ଆରମ୍ଭ ହେବ ସିରିଜ୍: ନ୍ୟୁଜିଲାଣ୍ଡ ବିପକ୍ଷ ODI ସିରିଜ୍ ଜାନୁଆରୀ 11 ତାରିଖରେ ବଡୋଦରା ଠାରେ ଆରମ୍ଭ ହେବ। ଦ୍ୱିତୀୟ ODI ଜାନୁଆରୀ 14 ତାରିଖରେ ରାଜକୋଟରେ ଏବଂ ତୃତୀୟ ODI ଜାନୁଆରୀ 18 ତାରିଖରେ ଇନ୍ଦୋରରେ ଖେଳାଯିବ। ପ୍ରଶଂସକମାନେ ଏହି ସିରିଜ୍ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ସିରିଜ୍ ପୁଣି ଥରେ କୋହଲି ଏବଂ ରୋହିତଙ୍କ ଖେଳ ଦେଖିବାକୁ ମିଳିବ। ଏପରିକି ଶ୍ରେୟସ ମଧ୍ୟ ଦଳକୁ ଫେରିପାରନ୍ତି। ଅନ୍ଯପଟେ ଶୁଭମ ଗିଲ ମଧ୍ୟ ଟି-ଟ୍ବେଣ୍ଟି ପାଇଁ ଚୟନ ନହୋଇଥିଲେ ମଧ୍ୟ ତାଙ୍କୁ କ୍ଯାପଟେନ ଭାବେ ଏହି ମ୍ଯାଚରେ ଦେଖିବାକୁ ମିଳିବ।