ଅହମ୍ମଦାବାଦ: ଅହମ୍ମଦାବାଦରେ ଅନୁଷ୍ଠିତ ୫ମ ଟି-୨୦ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରିବ। ଦକ୍ଷିଣ ଆଫ୍ରିକା ଟସ ଜିତିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ୫ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି। ୪ର୍ଥ ମ୍ୟାଚ ଘନ କୁହୁଡ଼ି ଯୋଗୁ ବାତିଲ ହୋଇଯାଇଥିଲା। ଯାହାଫଳରେ ୫ମ ମ୍ୟାଚଟି ନିର୍ଣ୍ଣାୟକ ହେବ। ଭାରତ ଏହି ମ୍ୟାଚରେ ବିଜୟୀ ହେଲେ ସିରିଜ କବଜା କରିବ। ଦକ୍ଷିଣ ଆଫ୍ରିକା ବିଜୟୀ ହେଲେ ସିରିଜ ଡ୍ର’ ରହିବ।
ଭାରତକୁ ଏହି ମ୍ୟାଚ ଜିତିବାକୁ ହେଲେ ବଡ଼ ସ୍କୋର କରିବାକୁ ପଡ଼ିବ। କାରଣ କାକର ଯୋଗୁ ୨ୟ ଇନିଂସରେ ବୋଲିଂ ଏବଂ ଫିଲ୍ଡିଂରେ ସାମାନ୍ୟ ସମସ୍ୟା ହେବାର ସମ୍ଭାବନା ଥିବାରୁ ଦକ୍ଷିଣ ଆଫ୍ରିକା ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି।
ଉଭୟ ଦଳର ପ୍ଲେଇଂ ୧୧:
ଭାରତ: ଅଭିଷେକ ଶର୍ମା, ସଞ୍ଜୁ ସାମସନ, ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ୍ ଦୁବେ, ଜିତେଶ ଶର୍ମା (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, ବରୁଣ ଚକ୍ରବର୍ତ୍ତୀ, ଜସପ୍ରୀତ ବୁମ୍ରା, ଅର୍ଶଦୀପ ସିଂ।
ଦକ୍ଷିଣ ଆଫ୍ରିକା: କ୍ୱିଣ୍ଟନ୍ ଡି କକ୍, ରୀଜା ହେଣ୍ଡ୍ରିକ୍ସ, ଏଡେନ୍ ମାର୍କରାମ (ଅଧିନାୟକ), ଡେୱାଲ୍ଡ ବ୍ରେବିସ୍, ଡେଭିଡ୍ ମିଲର୍, ଡୋନୋବନ ଫରେରା, ଜର୍ଜ ଲିଣ୍ଡେ, ମାର୍କୋ ଜାନସେନ୍, କାର୍ବିନ୍ ବୋଶ୍, ଲୁଙ୍ଗି ଏନଗିଡି, ଓଟନିଲ୍ ବାର୍ଟମ୍ୟାନ୍