ବିଧାନସଭାରେ ପାରିତ ହେଲା ଓଡ଼ିଶା ଜନ ବିଶ୍ବାସ ବିଲ୍ ୨୦୨୫

ଭୁବନେଶ୍ଵର: ବିଧାନସଭାରେ ପାରିତ ହେଲା ଓଡ଼ିଶା ଜନ ବିଶ୍ବାସ ବିଲ୍ ୨୦୨୫ । ଦୀର୍ଘ ସମୟ ଧରି ଆଲୋଚନା ପରେ ଜନ ବିଶ୍ବାସ ବିଲ୍ ପାରିତ । ଜୁଆ ଖେଳି ଧରାପଡ଼ିଲେ ଗଣିବେ ମୋଟା ଅଙ୍କର ଜରିମାନା । ନୂଆ ଆଇନରେ ପୂର୍ବରୁ ଥିବା ଜରିମାନା ରାଶି ବଢ଼ାଇଲେ ସରକାର । ଶହେ ଟଙ୍କା ଜରିମାନା ୨୫ ହଜାର ଓ ହଜାରେ ଟଙ୍କା ଜରିମାନା ୭୫ ହଜାରକୁ ବୃଦ୍ଧି । ଏହି ବିଲ୍‌ରେ ୯ଟି ବିଭାଗର ୧୬ଟି ମୂଳ ରାଜ୍ୟ ଆଇନ୍‌ରେ ସଂଶୋଧନ । ସର୍ବସାଧାରଣ ବଜାର, ମେଳା, ରାସ୍ତାରେ ଜୁଆ ଖେଳକୁ ବରଦାସ୍ତ କରାଯିବନି । ପଶୁ ପକ୍ଷୀ ଲଢ଼େଇ କରାଉଥିଲେ ମଧ୍ୟ ଗଣିବେ ଜରିମାନା । ଅଭିଯୁକ୍ତଙ୍କୁ ସରକାରୀ ଅଧିକାରୀ ସବ୍‌ଡିଭିଜନାଲ୍ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରିପାରିବେ । ବିଲ୍ ପାରିତ ସମୟରେ ବିରୋଧୀଙ୍କ ବିରୋଧ ସହ କକ୍ଷତ୍ୟାଗ ।