ନୂଆବର୍ଷରେ ଏକାଥରେ ମିଳିବ ୨ଟି ସୁଭଦ୍ରା କିସ୍ତି, ଏବେ ହିଁ କରନ୍ତୁ ଆବେଦନ

ଭୁବନେଶ୍ଵର: ନୂଆବର୍ଷରେ ଏକାଥରେ ମିଳିବ ୨ଟି ସୁଭଦ୍ରା କିସ୍ତି । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ତେବେ ସୁଭଦ୍ରା ଯୋଜନା ପାଇଁ ଏବେ ଚାଲିଛି ଆବେଦନ । ଯେଉଁମାନେ ପୂର୍ବରୁ ଏହି ଯୋଜନାରେ ସାମିଲ ହୋଇନାହାଁନ୍ତି ସେମାନଙ୍କୁ ୨୧ ବର୍ଷ ହୋଇଥିଲେ କରିପାରିବେ ଆବେଦନ । ଏଯାଏଁ ସୁଭଦ୍ରାରେ ଯୋଡ଼ି ହେଲେଣି ୧୭ ଲକ୍ଷରୁ ଅଧିକ ମହିଳା ।

ସେପଟେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ପାଇ ନାହାଁନ୍ତି ୪,୩୮,୮୯୮ ଜଣ ମହିଳା । ସେମାନେ ପ୍ରଥମ ଓ ଦ୍ଵିତୀୟ କିସ୍ତି ପାଇଲା ପରେ ପରବର୍ତ୍ତୀ କିସ୍ତିର ସହାୟତା ରାଶି ପାଇନାହାନ୍ତି । ସୁଭଦ୍ରା ଯୋଜନାରେ ପ୍ରଥମ ଓ ଦ୍ଵିତୀୟ କିସ୍ତି ଯଥାକ୍ରମେ ୧,୦୩,୭୫,୯୪୧ (୧ କୋଟି ୩ ଲକ୍ଷ ୭୫ ହଜାର ୯୪୧ ) ଜଣ ମହିଳା ଓ ୧,୦୧,୯୨,୭୨୪ (୧ କୋଟି ୧ ଲକ୍ଷ ୯୨ ହଜାର ୭୨୪) ଜଣ ମହିଳା ପାଇଛନ୍ତି । ସୁଭଦ୍ରା ଯୋଜନାରେ ସାମିଲ ହେବାପାଇଁ ନୂତନ ଭାବେ ୨,୨୭,୪୧୦ ଜଣ ମହିଳା (୨୦.୧୧.୨୦୨୫ ସୁଦ୍ଧା) ଆବେଦନ କରିଛନ୍ତି ।ଯେଉଁ ଛାତ୍ରୀ ମାନେ ସୁଭଦ୍ରା ହିତାଧିକାରୀ ହେବାପାଇଁ ସମସ୍ତ ଯୋଗ୍ୟତା ମାନଦଣ୍ଡକୁ ପୂରଣ କରିବେ, ସେହି ଛାତ୍ରୀମାନେ ସୁଭଦ୍ରା ଯୋଜନାର ଲାଭଉଠାଇପାରିବେ । ଗୃହରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଲିଖିତ ଭାବରେ ଉତ୍ତର ରଖିଛନ୍ତି ।