ଭୁବନେଶ୍ଵର: ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ । ୧୧ଟି ବିଭାଗର ୭୨୯୩ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ । ଗୃହ ବିଭାଗ ପାଇଁ ମଧ୍ୟ ନିଯୁକ୍ତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ । ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ମଧ୍ୟ ଯୋଗଦେଲେ ।

ସ୍ବରାଷ୍ଟ୍ର ବିଭାଗରେ ୨,୩୬୫, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ୨,୧୫୪, ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଜରେ ୧,୭୫୦, ମତ୍ସ୍ୟ ଓ ପ୍ରାଣିସଂପଦ ବିକାଶ ବିଭାଗରେ ୬୭୨, କୃଷି ଓ କୃଷକ, ସଶକ୍ତୀକରଣ ବିଭାଗ ୧୧୭, ଉଚ୍ଚଶିକ୍ଷା ବିଭାଗରେ ୭୪, ଆଡଭୋକେଟ୍ ଜେନେରାଲଙ୍କ କାର୍ଯ୍ୟାଳୟରେ ୪୦, ସୂଚନା ଓ ଲୋକସଂପର୍କ ବିଭାଗରେ ୩୯, ଜଳ ସଂପଦ ବିଭାଗରେ ୩୬, ବାଣିଜ୍ୟ ଓ ପରିବହନ ବିଭାଗରେ ୧୭, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ୧୫, ଇସ୍ପାତ ଓ ଖଣି ବିଭାଗରେ ୧୪ ଜଣଙ୍କୁ ମିଳିଲା ନିଯୁକ୍ତି ପତ୍ର ।

କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜି କେବଳ ଶାସନ କ୍ଷେତ୍ରରେ ଆପଣମାନଙ୍କର ଯାତ୍ରାର ଆରମ୍ଭ ନୁହେଁ, ବରଂ ଏହା ଏକ ଅପୂର୍ବ ମୁହୂର୍ତ୍ତ । ଆଜିଠାରୁ ଆପଣମାନଙ୍କର ଏକ ନୂଆ ଯାତ୍ରା ଆରମ୍ଭ ହୋଇଛି । ଆପଣମାନଙ୍କୁ ବ୍ୟକ୍ତିଗତ ଭାବେ ଆର୍ଥିକ ସୁରକ୍ଷା ମିଳିବ । ଏଥି ପାଇଁ ଆମକୁ ସମାଜ ପାଇଁ କାମ କରିବାକୁ ପଡ଼ିବ। ନିଜର ଅଧ୍ୟବସାୟ, ପରିଶ୍ରମ ଓ ମାତାପିତାଙ୍କ ଆଶୀର୍ବାଦ ଯୋଗୁଁ ଆପଣମାନେ ସପଳତା ହାସଲ କରିଛନ୍ତି । ଯୁବଗୋଷ୍ଠୀଙ୍କ ଆଶା ଓ ଆକାଂକ୍ଷା ପୂରା କରିବା ହେଉଛି ଆମ ସରକାରର ଲକ୍ଷ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।