ଦିଲ୍ଲୀ ବିସ୍ଫୋରଣକୁ ନେଇ ବଡ଼ ଖୁଲାସା, ଡିସେମ୍ବର ୬ରେ ହୋଇଥାଆନ୍ତା ସିରିଜ୍ ବ୍ଲାଷ୍ଟ

Delhi Blast: ଦିଲ୍ଲୀ ବିସ୍ଫୋରଣକୁ ନେଇ ତଦନ୍ତକାରୀ ସଂସ୍ଥାଗୁଡ଼ିକର ବଡ଼ ଖୁଲାସା । ଡିସେମ୍ବର ୬ରେ ୬ଟି ସ୍ଥାନରେ ବିସ୍ଫୋରଣ ଯୋଜନା କରିଥିଲେ ଆତଙ୍କବାଦୀ । ଦିଲ୍ଲୀ-NCR ଅଞ୍ଚଳର ୬ଟି ସ୍ଥାନରେ ବିସ୍ଫୋରଣ ଯୋଜନା କରିଥିଲେ । ବାବ୍ରି ମସଜିଦ୍‌ ଭଙ୍ଗା ଘଟଣାର ପ୍ରତିଶୋଧ ପାଇଁ ସିରିଜ୍ ବ୍ଲାଷ୍ଟ ଯୋଜନା ଥିଲା । ଏଥିପାଇଁ ସୁନିୟୋଜିତ ପର୍ଯ୍ୟାୟ କ୍ରମେ ଯୋଜନା କରିଥିଲେ ଆତଙ୍କବାଦୀ । ପ୍ରଥମ ପର୍ଯ୍ୟାୟରେ ଜୈଶ୍-ଏ-ମହମ୍ମଦର ମଡ୍ୟୁଲ ଗଠନ କରିଥିଲେ । ଦ୍ବିତୀୟ ପର୍ଯ୍ୟାୟରେ ନୁହ ଓ ଗୁରୁଗ୍ରାମରେ IED ଓ ଗୋଳାବାରୁଦ ପାଇଁ କଞ୍ଚାମାଲ୍ କିଣିଥିଲେ । ତୃତୀୟ ପର୍ଯ୍ୟାୟରେ ବିସ୍ଫୋରଣ ପାଇଁ ଆଇଇଡି ପ୍ରସ୍ତୁତ କରିଥିଲେ । ତଦନ୍ତକାରୀ ସଂସ୍ଥା ଅନୁସାରେ ଅଗଷ୍ଟ ମାସରେ ବିସ୍ଫୋରଣ ଯୋଜନା ଥିଲା । କିନ୍ତୁ ଅପରେସ୍‌ନାଲ୍‌ରେ ବିଳମ୍ବ ଯୋଗୁଁ ଡିସେମ୍ବର ୬କୁ ନୂଆ ତାରିଖ ଭାବେ ବାଛିଥିଲେ ।

ଆତଙ୍କବାଦୀଙ୍କ ଯୋଜନା କେବଳ ଦିଲ୍ଲୀ ନୁହେଁ ବରଂ ଚାରୋଟି ସହରରେ ଆତଙ୍କ ସୃଷ୍ଟି କରିବା ଥିଲା। ପ୍ରାୟ ଆଠ ଜଣ ସନ୍ଦିଗ୍ଧ ଆତଙ୍କବାଦୀ ଚାରୋଟି ସହରରେ ଏକକାଳୀନ ସିରିଏଲ ବିସ୍ଫୋରଣ କରିବାକୁ ଯୋଜନା କରିଥିଲେ। ସୂତ୍ର ଅନୁସାରେ, ଡିସେମ୍ବର ୬ ତାରିଖରେ ଅଯୋଧ୍ୟାରେ ଏକ ଆତଙ୍କବାଦୀ ଆକ୍ରମଣ ଯୋଜନା କରାଯାଇଥିଲା। ଅଯୋଧ୍ୟାରେ ସିରିଜ ବିସ୍ଫୋରଣ ଯୋଜନା କରାଯାଇଥିଲା। ଉତ୍ତର ପ୍ରଦେଶରେ ଅଯୋଧ୍ୟା ନମ୍ବର ୧ ଟାର୍ଗେଟ ଥିଲା। ଜାତୀୟ ରାଜଧାନୀ ଦିଲ୍ଲୀରେ ସୋମବାର ହୋଇଥିବା ବିସ୍ଫୋରଣର ତଦନ୍ତ ଜାରି ରହିଛି। ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ସକାଳୁ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ଫଳରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି ଏବଂ ୨୦ ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ବିସ୍ଫୋରଣ ସହିତ ଜଡିତ ବହୁ ସଂଖ୍ୟକ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି।