ମାମୁଘର ବୁଲିବାକୁ ଆସି ପାଇଖାନା ଟାଙ୍କିରେ ପଡି ଜୀବନ ହାରିଲେ
Three children died after falling into a toilet tank.
ଅକାଳରେ ଚାଲିଗଲା ତିନି ଶିଶୁଙ୍କ ଜୀବନ । ମାମୁଘର ବୁଲିବାକୁ ଆସି ଜୀବନ ହାରିଛନ୍ତି ୩ ଜଣ ଶିଶୁ । କଟକ ଜିଲ୍ଲା ବଡ଼ମ୍ବାରେ ଏକ ଦୁଃଖଦ ଘଟଣା ଘଟିଛି । ପାଇଖାନା ଟାଙ୍କିରେ ପଡ଼ି ୩ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି । ତେବେ ଯାହା ସୂଚନା ରହିଛି ବଡ଼ମ୍ବା ବ୍ଲକ ଅନ୍ତର୍ଗତ ରଗଡିପଡା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ସେମାନଙ୍କ ଘର ବଡମ୍ବା ଥାନା ଅନ୍ତର୍ଗତ ବଡ଼ବାରେଣା ଓ ଇଛାପୁର ଗାଁରେ । ସେମାନେ ମାମୁଘର ବୁଲିବାକୁ ଆସିଥିଲେ । ୩ ମୃତକ ହେଲେ ୩ ବର୍ଷୀୟ ଶୁଭମ ନାୟକ, ୯ ବର୍ଷୀୟ ଅଙ୍କିତ ନାୟକ ଏବଂ ୭ ବର୍ଷୀୟା ଶିବାନୀ ନାୟକ । ଅସାବଧାନତା ବଶତଃ ପାଇଖାନା ଟାଙ୍କିରେ ଖସିପଡିଥିଲେ । ୩ ଜଣ କୁନି ଛୁଆଙ୍କ ଅକାଳ ମୃତ୍ୟୁ ପରେ ପୂରା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।